www.samajalive.in
Saturday, December 6, 2025
26.1 C
Bhubaneswar

ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌: କୋହଲି ପିନ୍ଧିବେ ୧୮ନଂ ଜର୍ସି

ନର୍ଥ ସାଉଣ୍ଡ  : ଭାରତ ଏବଂ ୱେଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ନିମନ୍ତେ ଉଭୟ ଦଳକୁ ନମ୍ବର ଥିବା ନୂଆ ଜର୍ସି ମିଳିଛି। ୨ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଅନ୍ତର୍ଗତ। ଟେଷ୍ଟ ମ୍ୟାଚ୍‌କୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ଦିନିକିଆ ଓ ଟ୍ବେଣ୍ଟି୨୦ ପରି ଟେଷ୍ଟ ମ୍ୟାଚ୍ ସମୟରେ ଖେଳାଳିମାନେ ପରିଧାନ କରୁଥିବା ଜର୍ସିରେ ନାମ ଓ ନମ୍ବର ଲେଖାଯିବାକୁ ନିଷ୍ପତ୍ତି ହୋଇଛି।

ଆସେସ୍‌ ସିରିଜ୍‌ରେ ପ୍ରଥମଥର ପାଇଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳର କ୍ରିକେଟର୍‌ ନମ୍ବର ଓ ନାମ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିବା ବେଳେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ସମୟରେ ଉଭୟ ଦଳର ଖେଳାଳିମାନେ ନମ୍ବର ଓ ନାମ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଇତିମଧ୍ୟରେ ଭାରତୀୟ କ୍ରିକେଟର୍‌ ପିନ୍ଧିବାକୁ ଥିବା ନୂଆ ଜର୍ସିର ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜର୍ସି ନମ୍ବର ୧୮ ରହିଛି। ଅଜିଙ୍କ୍ୟ ରାହାଣେଙ୍କ ଜର୍ସି ନମ୍ବର ୩ ଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଜର୍ସି ନମ୍ବର ୧୧ ଓ କୁଲଦୀପ ଯାଦବଙ୍କ ଜର୍ସି ନମ୍ବର ୨୧ ରହିଛି। ଚେତେଶ୍ବର ପୂଜାରାଙ୍କ ଜର୍ସି ନମ୍ବର ୨୫ ଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଜର୍ସି ନମ୍ବର ରହିଛି ୮। ଦ୍ରୁତ ବୋଲର ଈଶାନ୍ତ ଶର୍ମା ୯୭ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବାକୁ ଥିବା ବେଳେ ୱିକେଟରକ୍ଷକ ଋଷଭ ପନ୍ତ୍‌ ୧୭ ଓ ବରିଷ୍ଠ ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ୪୫ ନଂମ୍ବର ଜର୍ସି ପିନ୍ଧିବେ। ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୯୯ ଓ ହନୁମା ବିହାରୀ ୪୪ ନମ୍ବର ଜର୍ସି ପିନ୍ଧିବେ। ଟେଷ୍ଟ ମ୍ୟାଚ୍‌ରେ ଖେଳାଳି ନମ୍ବର ଓ ନାମ ଥିବା ଜର୍ସି ପିନ୍ଧିବା ବିଷୟକୁ ବ୍ରେଟ୍‌ ଲି, ସୋଏବ ଅଖତର ଓ କେଭିନ୍‌ ପିଟରସନ୍‌ ପ୍ରମୁଖ ସମାଲୋଚନା କରିଥିଲେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି୨୦ ସିରିଜ୍‌କୁ ଭାରତ ୩-୦ରେ ଜିତିଥିବା ବେଳେ ଦିନିକିଆ ସିରିଜ୍‌କୁ ୨-୦ରେ ଜିତିଥିଲା। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୨ ମ୍ୟା୍ଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁରୁବାରରୁ ଆଣ୍ଟିଗ୍ବାରେ ଖେଳାଯିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories