www.samajalive.in
Sunday, December 7, 2025
13.1 C
Bhubaneswar

ଭାରତୀୟ ବ୍ୟାଟିଂ ପ୍ରଶିକ୍ଷକ ଦୌଡ଼ରେ ରାମପ୍ରକାଶ ଓ ଟ୍ରଟ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀ ନିଯୁକ୍ତି ପାଇବା ପରେ ଅନ୍ୟ ପ୍ରଶିକ୍ଷକଙ୍କ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଦେଇଛି ବିସିସିଆଇ। ସୋମବାର ବ୍ୟାଟିଂ, ବୋଲିଂ ଓ ଫିଲ୍‌ଡିଂ ପ୍ରଶିକ୍ଷକ ହେବା ପାଇଁ ଆବେଦନ କରିଥିବା ୧୮ ଜଣଙ୍କର ସାକ୍ଷାତ୍‌କାର ନେଇଛି ବିସିସିଆଇ ସିନିୟର ମନୋନୟନ କମିଟି। ମଙ୍ଗଳବାର ମଧ୍ୟ ଏହି ଧାରା ଜାରିରହିଛି। ଗୁରୁବାର ପର୍ଯ୍ୟନ୍ତ ସାକ୍ଷାତ୍‌କାର ଚାଲିବ। ଏହାପରେ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍‌ଙ୍କ ନାମ ଘୋଷଣା ହୋଇପାରେ। ସଦ୍ୟତମ ସୂଚନା ଅନୁସାରେ, ଇଂଲଣ୍ଡ ଦଳର ଦୁଇ ପୂର୍ବତନ ବ୍ୟାଟ୍‌ସମ୍ୟାନ୍ ମାର୍କ ରାମପ୍ରକାଶ ଓ ଜୋନାଥନ୍ ଟ୍ରଟ୍‌ ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ହେବା ଦୌଡ଼ରେ ସାମିଲ ହୋଇଛନ୍ତି।

ମଙ୍ଗଳବାର ଏମ୍‌ଏସ୍‌କେ ପ୍ରସାଦ ନେତୃତ୍ବାଧୀନ ମନୋନୟନ କମିଟି ଏକାଧିକ ଆବେଦନକାରୀଙ୍କ ସାକ୍ଷାତ୍‌କାର ନେଇଛି। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଇଂଲଣ୍ଡ ପାଇଁ ୫୨ଟି ଟେଷ୍ଟ ଓ ୬୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଜୋନାଥନ୍ ଟ୍ରଟ୍‌ ଏବଂ ୫୨ଟି ଟେଷ୍ଟ ଓ ୧୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ମାର୍କ ରାମପ୍ରକାଶ। ଏଦୁହିଁଙ୍କ ସହ ଶ୍ରୀଲଙ୍କାର ଥିଲନ୍ ସମରବୀରା ଏବଂ ଭାରତର ବିକ୍ରମ ରାଠୋର, ପ୍ରବୀଣ ଆମ୍ରେ, ସଞ୍ଜୟ ବାଙ୍ଗର, ହୃଷିକେଶ କାନିତ୍‌କର ଓ ଅମୋଲ ମଜୁମ୍‌ଦାର ପ୍ରମୁଖ ସାକ୍ଷାତ୍‌କାର ଦେଇଛନ୍ତି। ତେବେ ରାଠୋର ଏହି ଦୌଡ଼ରେ ଆଗରେ ଥିବା ବେଳେ ସଞ୍ଜୟ ବାଙ୍ଗରଙ୍କ ସପକ୍ଷରେ ଅଛନ୍ତି ରବି ଶାସ୍ତ୍ରୀ। ଫିଲ୍‌ଡିଂ ପ୍ରଶିକ୍ଷକ ଦୌଡ଼ରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍‌ସ, ଇଂଲଣ୍ଡର ଜୁଲିଆନ ଫାଉଣ୍ଟେନ୍, ଦକ୍ଷିଣ ଆଫ୍ରିକାର ଆଣ୍ଟ୍ ବୋଥା, ଭାରତର ଅଭୟ ଶର୍ମା ପ୍ରଭୃତି। ବର୍ତ୍ତମାନ ଫିଲ୍‌ଡିଂ ପ୍ରଶିକ୍ଷକ ଥିବା ଆର୍. ଶ୍ରୀଧର ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ସାକ୍ଷାତ୍‌କାର ଦେଇଛନ୍ତି। ଶ୍ରୀଧରଙ୍କ ପଛରେ ରବି ଶାସ୍ତ୍ରୀଙ୍କ ସମର୍ଥନ ରହିଛି। ଗତଥର ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ ବେଳେ ତାଙ୍କ ସପୋର୍ଟ ଷ୍ଟାଫ୍ ଭାବେ ସଞ୍ଜୟ ବାଙ୍ଗର, ଆର୍. ଶ୍ରୀଧର ଓ ବୋଲିଂ ପ୍ରଶିକ୍ଷକ ଭାବେ ଭାରତ ଅରୁଣଙ୍କୁ ବାଛିଥିଲେ। ଏଥର ଅରୁଣଙ୍କ ସହ ବୋଲିଂ ପ୍ରଶିକ୍ଷକ ଦୌଡ଼ରେ ପୂର୍ବତନ ପ୍ରଶିକ୍ଷକ ଭେଙ୍କଟେଶ ପ୍ରସାଦ ଏବଂ ଭାରତ ପାଇଁ ଖେଳିଥିବା ସୁନୀଲ ଜୋଶି, ଅମିତ ଭଣ୍ଡାରୀ ଓ ପାରସ ମାହ୍‌​‌େ​‌ମ୍ବ୍ର ରହିଥିଲେ ହେଁ ଅରୁଣଙ୍କ ପଲ୍ଲା ଭାରି ଲାଗୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories