www.samajalive.in
Saturday, December 13, 2025
26.1 C
Bhubaneswar

କୋହଲି ବର୍ତ୍ତମାନ ସମୟରେ ଦିନିକିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ : ସ୍ମିଥ୍‌

ମାଞ୍ଚେଷ୍ଟର : ବର୍ତ୍ତମାନ ସମୟରେ ଦିନିକିଆ ଫର୍ମାଟ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ରନ୍ ମେସିନ୍ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜାରି ରହିଥିବା ବେଳେ ଗୁରୁବାର ଏ ସଂପର୍କରେ ମୁହଁ ଖୋଲିଛନ୍ତି ସ୍ମିଥ୍‌।
ବର୍ତ୍ତମାନ ସମୟରେ କୋହଲି ଦିନିକିଆରେ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବୋଲି ମତ ଦେଇଛନ୍ତି ସ୍ମିଥ୍‌।

ସୂଚନାଥାଉକି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିବାକୁ ବର୍ତ୍ତମାନ ସ୍ମିଥ୍‌ ଅଷ୍ଟ୍ରେଲିଆ ଦଳ ସହ ଇଂଲଣ୍ଡରେ ଅଛନ୍ତି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଶଂସକଙ୍କ ସହ ଆଲୋଚନା କାଳରେ ବର୍ତ୍ତମାନ ସମୟରେ ଦିନିକିଆ ଫର୍ମାଟ୍‌ରେ କିଏ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବୋଲି ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସ୍ମିଥ୍‌ କହିଥିଲେ କୋହଲି ବର୍ତ୍ତମାନ ସମୟରେ ଦିନିକିଆରେ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌। ସୂଚନାଥାଉକି କୋହଲି ବର୍ତ୍ତମାନ ସୁଦ୍ଧା ଦିନିକିଆରେ ୧୧୮୬୭ ରନ୍‌ ସଂଗ୍ରହ କରି ସାରିଛନ୍ତି। ଦିନିକିଆରେ ସେ ୪୩ଟି ଶତକ ହାସଲ କରିଛନ୍ତି। ଆଇପିଏଲ୍‌ର ଚଳିତ ସଂସ୍କରଣରେ ସ୍ମିଥ୍‌ ରାଜସ୍ଥାନ ରୟାଲ୍‌ସ ଦଳ ତରଫରୁ ଖେଳିବାକୁ ଯାଉଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଆସନ୍ତା ୧୬ରେ ଶେଷ ହେବା ପରେ ସ୍ମିଥ୍‌ ୟୁଏଇ ଯାଇ ରାଜସ୍ଥାନ ରୟାଲ୍‌ସ ଦଳ ସହ ଯୋଗ ଦେବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories