www.samajalive.in
Saturday, December 13, 2025
17.1 C
Bhubaneswar

ସିଏସ୍‌କେ ଚଳିତ ଆଇପିଏଲ ଟାଇଟଲ ଜିତିବାର ବଡ଼ ଦାବିଦାର: ୱାଟ୍‍ସନ

ଦୁବାଇ : ଆଇପିଏଲ୍‍ ଦଳ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‌କେ)ର ମୁଖ୍ୟ ଶକ୍ତି କ’ଣ? ଏହାର ଜବାବରେ ଦଳର ବରିଷ୍ଟ ଅଲ୍‍ରାଉଣ୍ଡର ସେନ୍‍ ୱାଟ୍‍ସନ୍‍ କହିଛନ୍ତି ଯେ ସିଏସ୍‌କେ ଦଳରେ ଯେତିକି ଆନ୍ତର୍ଜାତିକ ଅଭିଜ୍ଞତା ରହିଛି; ତାହା ଅନ୍ୟ କୌଣସି ଦଳରେ ନାହିଁ। ଦ୍ୱିତୀୟ ପ୍ରସଙ୍ଗ ହେଉଛି ନେତୃତ୍ୱ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍‍ ଫ୍ଲେମିଂଙ୍କ ପରି କ୍ରିକେଟ୍‍ ମସ୍ତିଷ୍କର ସୁବିଧା ମଧ୍ୟ ସିଏସ୍‌କେ ପାଇବ। ତେଣୁ ୟୁଏଇରେ ଆୟୋଜନ ହେଉଥିବା ଆଇପିଏଲ୍‍ର ଚଳିତ ସଂସ୍କରଣରେ ସିଏସ୍‌କେ ଟାଇଟଲ ଜିତିବାର ବଡ଼ ଦାବିଦାର ବୋଲି ଅଷ୍ଟ୍ରେଲିଆର ସେନ୍‍ ୱାଟ୍‍ସନ କହିଛନ୍ତି।

ଚେନ୍ନଇ ସୁପର କିଙ୍ଗ୍‍ସ ୟୁଏଇରେ ପହଞ୍ଚିବା ପରେ ଏହାକୁ ଶକ୍ତ ଧକ୍କା ଲାଗିଥିଲା। ଜଣା ପଡ଼ିଥିଲା ଯେ ସିଏସ୍‌କେର ୨ ଜଣ ଖେଳାଳିଙ୍କ ସହ ଏହି ଫ୍ରାଞ୍ଚାଇଜିର ୧୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଏହା ସିଏସ୍‌କେ ଦଳର ଖେଳାଳିଙ୍କ ମନୋବଳକୁ ଦୁର୍ବଳ କରି ଦେଇନାହିଁ। ପୁଣି ଚେନ୍ନଇ ସୁପର କିଙ୍ଗ୍‍ସର ଦୁଇ ପ୍ରମୁଖ ଖେଳାଳି ସୁରେଶ ରୈନା ଓ ହରଭଜନ ସିଂହ ଦଳରୁ ଓହରିଯିବାର ପ୍ରଭାବ ମଧ୍ୟ ଦଳ ଉପରେ ପଡ଼ିନାହିଁ। ମହେନ୍ଦ୍ର ସିଂହ ଧୋନି ଓ ଷ୍ଟିଫେନ୍‍ ଫ୍ଲେମିଂ ସବୁକିଛି ନିୟନ୍ତ୍ରଣରେ ରଖିଛନ୍ତି। ୧୩ ଜଣ କରୋନା ପଜିଟିଭ୍‍ ଆସିବା ଯୋଗୁଁ ସବୁଠାରୁ ବିଳମ୍ବରେ ସିଏସ୍‌କେ ଅଭ୍ୟାସକୁ ଓହ୍ଲାଇଥିଲା। ଦଳର ପ୍ରସ୍ତୁତି ନେଇ ୱାଟ୍‍ସନ କହିଛନ୍ତି, ଆମ ଦଳରେ ଅଧିକ ଅଭିଜ୍ଞ ଖେଳାଳି ରହିବାର ଅର୍ଥ ହେଉଛି ପ୍ରଥମ ମ୍ୟାଚ୍‍ରୁ ସେମାନଙ୍କ ଦକ୍ଷତାର ବିନିଯୋଗ କରି ଚାପର ମୁକାବିଲା କରିପାରିବା। ଏହି କାରଣରୁ ମୁଁ ଭାବୁଛି ଯେ ଚଳିତବର୍ଷ ଆମେ ଆଇପିଏଲ୍‍ ଜିତିବାର ବହୁତ ସୁଯୋଗ ରହିଛି।

- Advertisement -

ଆମ ଦଳର ଖେଳାଳିଙ୍କ ଦକ୍ଷତା ଓ ଅଭିଜ୍ଞତା ଯୋଗୁଁ ଆମେ ଏହି ସଂସ୍କରଣର ଅନ୍ୟତମ ଟାଇଟଲ ଦାବିଦାର। ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତିର ଅର୍ଥ ହେଉଛି ଆମେ କମ୍‍ ତ୍ରୁଟି କରିବାର ଆଶଙ୍କା ରହିଛି ଏବଂ ଦ୍ରୁତଗତିରେ ଆଗକୁ ବଢ଼ିପାରିବୁ। ଆନ୍ତର୍ଜାତିକ କ୍ରିକେଟ୍‍ ଖେଳୁନଥିବା ସେନ୍‍ ୱାଟ୍‍ସନ ସାରାବିଶ୍ୱରେ ଆଇପିଏଲ୍‍ ଢାଞ୍ଚାରେ ଆୟୋଜନ ହେଉଥିବା ଟ୍ୱେଣ୍ଟି୨୦ ଲିଗ୍‍ ଖେଳୁଛନ୍ତି। ଉକ୍ତ ଲିଗ୍‍ରେ ଖେଳିବାର ଅଭିଜ୍ଞତା ତାଙ୍କୁ ଆଇପିଏଲ୍‍ରେ ସଫଳତା ଦେବ ବୋଲି ୱାଟ୍‍ସନ ଭାବୁଛନ୍ତି। ସୂଚନାଯୋଗ୍ୟ; ୨୦୧୮ ଆଇପିଏଲ୍‍ ସିଜିନରେ ୱାଟ୍‍ସନ୍‍ ଚମତ୍କାର ପ୍ରଦର୍ଶନ କରିଥିଲେ। ଲିଗ୍‍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ସହ ୱାଟ୍‍ସନ୍‍ ଫାଇନାଲରେ ଶତକ ହାସଲ କରିଥିଲେ। ଗତବର୍ଷ କିନ୍ତୁ ୱାଟ୍‍ସନ୍‍ ସେପରି ପ୍ରଦର୍ଶନ କରି ପାରିନଥିଲେ। ଫଳରେ କିଛି ମ୍ୟାଚ୍‍ରୁ ତାଙ୍କୁ ଏକାଦଶରୁ ବାଦ୍‍ ଦିଆ ଯାଇଥିଲା। ପରେ ଏକାଦଶକୁ ଫେରି ସନ୍‍ରାଇଜର୍ସ ହାଇଦରାବାଦ ବିପକ୍ଷରେ ୱାଟ୍‍ସନ୍‍ ଶତକ ମାରିଥିଲେ। ଏଥର ଭଲ ପ୍ରଦର୍ଶନ ପାଇଁ ୱାଟ୍‍ସନ୍‍ ଆଶାବାଦୀ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories