www.samajalive.in
Monday, December 8, 2025
14.1 C
Bhubaneswar

ଚମ୍ପିଆନ୍‌ସ ଟ୍ରଫିରୁ ବହୁତ କିଛି ଶିଖିଛୁ: କୋହଲି

ସାଉଥାମ୍ପ୍‌ଟନ : ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ଭାରତର ପରାଜୟରୁ ଦଳ ବହୁତ କିଛି ଶିଖିଛି। ଦଳରେ ଦୁଇ ରିଷ୍ଟ ସ୍ପିନରଙ୍କୁ ସାମିଲ କରିବା ଏହି ଦିଗରେ ପଦକ୍ଷେପ ମାତ୍ର। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଭାରତ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ସହ ବିଶ୍ବକପ୍ ଅଭିଯାନ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ବୋଲି କୋହଲି କହିଛନ୍ତି।
ମଙ୍ଗଳବାର ମ୍ୟାଚ ପୂର୍ବର ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି କହିଥିଲେ, ଚମ୍ପିଆନ୍‌ସ ଟ୍ରଫିରୁ ବହୁତ କିଛି ଶିଖିଛୁ। ଆମେ ଯେପରି କ୍ରିକେଟ ଜାଣିଛୁ; ସେହିପରି ଖେଳିବା ଉଚିତ। ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ଭଲ ଖେଳିଥିବା ଦଳ ହିଁ ବିଜୟୀ ହୋଇଥିଲା। ଆମ ଦଳରେ ଥିବା ଦୁର୍ବଳତାସବୁ ସଜାଡ଼ି ପାରିଛୁ। ମଝି ଓଭରରେ ୱିକେଟ ନେବା ପାଇଁ ଆମେ ଦୁଇ ରିଷ୍ଟ ସ୍ପିନର (କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ)ଙ୍କୁ ଦଳକୁ ଆଣିଛୁ। ଚମ୍ପିଆନ୍‌ସ ଟ୍ରଫି ବେଳେ ଆମ ଦଳ ଯେପରି ଥିଲା; ବର୍ତ୍ତମାନ ତା’ଠାରୁ ଶକ୍ତିଶାଳୀ ହୋଇଯାଇଛୁ। ଦଳର ବିଶ୍ବକପ୍ ଅଭିଯାନ ବିଷୟରେ କୋହଲି କହିଥିଲେ, ବିଶ୍ବକପ୍‌ର ପ୍ରଥମ ସପ୍ତାହରେ କିଛି ଏକତରଫା ଏବଂ କିଛି ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଛି। ଯେଉଁ ଦଳ ଅଧିକ ସଂଗଠିତ; ସେହି ଦଳ ଅଧିକ ମ୍ୟାଚ୍ ଜିତିବା ସହ ଚାପର ମୁକାବିଲା ପାଇଁ ଅଧିକ ପ୍ରସ୍ତୁତ। ଆମ ଅଭିଜ୍ଞତାର ଉପଯୋଗ କରି କାଲିର ମ୍ୟାଚ୍‌ରେ ଆମେ ସଠିକ୍ ନିଷ୍ପତ୍ତି ନେବୁ। ଯେଉଁ ଦଳ ସଠିକ୍ ଭାବେ ଚାପର ମୁକାବିଲା କରିବ; ସେହି ଦଳ ବିଶ୍ବକପ୍ ଚମ୍ପିଆନ୍ ହେବ। ପ୍ରାୟ ଏକ ସପ୍ତାହ ଅପେକ୍ଷାକରି ମ୍ୟାଚ୍ ​​‌ଖେଳିବାକୁ ଯାଉଥିବାରୁ ଆମେ ଖୁସି। ବାହାରୁ ମ୍ୟାଚ୍‌ସବୁ ଦେଖି ଏହି ବିଶ୍ବକପ୍ ସମ୍ପର୍କରେ ଆମେ କିଛି ଧାରଣା ପାଇଛୁ। ମେଘୁଆ ପାଗରେ ୨ଟି ନୂଆବଲ୍‌ରେ ପେସ୍ ବୋଲରଙ୍କ ମୁକାବିଲା କରିବା ନିଶ୍ଚୟ କଷ୍ଟସାଧ୍ୟ। ଆମେ ଏଥିପାଇଁ ଯୋଜନା କରିଛୁ। ଏପରି ପରିସ୍ଥିତିରେ ଅତିରିକ୍ତ ପେସ୍ ବୋଲର ସହାୟକ ହେବ। ଆରମ୍ଭରୁ ବ୍ୟାଟିଂକରିବା ନିଶ୍ଚୟ ବଡ଼ ଆହ୍ବାନ ହେବ। କିଛିଦିନ ତଳେ ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା ତାଙ୍କୁ ‘ଅପରିପକ୍ବ’ ବୋଲି କହିବା ବିଷୟରେ କୋହଲିଙ୍କୁ ପଚାରିବାରୁ ସେ କହିଥିଲେ, ଏହାକୁ ନେଇ ଗଣମାଧ୍ୟମରେ ଆଲୋଚନା କରିବା ଠିକ୍ ହେବନାହିଁ। ଏହା ବିଷୟରେ ସିଧାସଳଖ ରାବାଡ଼ାଙ୍କ ସହ କଥାବାର୍ତ୍ତା କରିବ। ତାଙ୍କ ଦଳ ରାବାଡ଼ାଙ୍କୁ ଟାର୍ଗେଟ କରିବ କି? ଏହି ପ୍ରଶ୍ନର ଜବାବରେ କୋହଲି କହିଥିଲେ, ରାବାଡ଼ାଙ୍କ ବିପକ୍ଷରେ ଅନେକଥର ଖେଳିଛି। ସେ ଜଣେ ବିଶ୍ବସ୍ତରୀୟ ବୋଲର। ସେ ଏକ ଏକ ବ୍ୟାଟିଂ ଲାଇନ୍‌କୁ ଧ୍ବସ୍ତ କରି​‌‌ଦେବେ। ତେବେ ବ୍ୟାଟ୍‌ସମ୍ୟାନ୍ ଭାବେ ଆମକୁ କ’ଣ କରିବାକୁ ହେବ; ତାହା ଆମେ ଜାଣିଛୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories