www.samajalive.in
Friday, December 12, 2025
15.1 C
Bhubaneswar

ଖେଳାଳି ବଦଳ ନିୟମ ଦଳ ପାଇଁ ଲାଭପ୍ରଦ ହେଲା : କୋହଲି

କାନ୍‌ବେରା: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ତରଫରୁ ସ୍ପିନର ୟୁଜବେନ୍ଦ୍ର ଚହଲ୍‌ ଭଲ ପ୍ରଦର୍ଶନ କରି ୩ଟି ୱିକେଟ୍ ହାସଲ କରିବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତେବେ ଚହଲ୍‌ ମୂଳରୁ ଭାରତୀୟ ଏକାଦଶରେ ସ୍ଥାନ ପାଇନଥିଲେ। ବ୍ୟାଟିଂ କରିବା ସମୟରେ ଭାରତୀୟ କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ହେଲମେଟ୍‌ରେ ବଲ୍‌ ମାଡ ହେବାରୁ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ଆଇସିସିର ଖେଳାଳି ବଦଳ (କନ୍‌କୁସନ୍‌) ନିୟମ ଅନୁଯାୟୀ ଜାଡେଜାଙ୍କ ସ୍ଥାନରେ ଚହଲ୍‌ଙ୍କୁ ଦଳରେ ସାମିଲ କରାଯାଇଥିଲା। ଏହି କନ୍‌କୁସନ୍‌ ନିୟମ ଭାରତ ପାଇଁ ଲାଭପ୍ରଦ ହେଲା ବୋଲି ମତ ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ମ୍ୟାଚ୍‌ ଶେ​‌ଷ ହେବା ପରେ ନିଜ ପ୍ରତିକ୍ରିୟାରେ କୋହଲି କହିଥିଲେ ଜାଡେଜାଙ୍କ ହେଲମେଟ୍‌ରେ ବଲ୍‌ ମାଡ଼ ହେବା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ସ୍ଥାନରେ କନ୍‌କୁସନ୍‌ ନିୟମ ଅନୁଯାୟୀ ଚହଲ୍‌ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଚହଲ୍‌ ମିଳିଥିବା ସୁଯୋଗର ଉପଯୁକ୍ତ ବ୍ୟବହାର କରି ପ୍ରଭାବୀ ବୋଲିଂ କରିଥିଲେ। ପିଚ୍‌ ମଧ୍ୟ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲା। ଚହଲ୍‌ଙ୍କ ବ୍ୟତୀତ ନଟରାଜନ୍‌ଙ୍କ ବୋଲିଂକୁ ଉଚ୍ଚପ୍ରଶଂସା କରିଥିଲେ କୋହଲି। କନ୍‌କୁସନ୍ ନିୟମକୁ ନେଇ ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର୍‌ କିଛିଟା ଅସନ୍ତୋଷବ୍ୟକ୍ତ କରିଥିବା ବେଳେ ଏହି ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ନିଜ ପ୍ରତିକ୍ରିୟାରେ କହିଥିଲେ ଜାଡେଜାଙ୍କ ହେଲମେଟ୍‌ରେ ବଲ୍‌ ମାଡ଼ ହୋଇଥିବାରୁ ତାଙ୍କୁ ଡାକ୍ତର ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ। ଆଇସିସିର କନ୍‌କୁସନ୍‌ ନିୟମ ଅନୁଯାୟୀ ଜାଡେଜାଙ୍କ ବଦଳରେ ଚହଲ୍‌ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ତେଣୁ ଏହାକୁ ନେଇ ପ୍ରଶ୍ନ ଉଠାଯିବା ଅନୁଚିତ୍‌।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories