www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ନିଶ୍ଚୟ ଭୟଭୀତ ହୋଇଯିବେ, ନାବାଳକ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେବେ କେଉଁ ଭିଡିଓ ଭାଇରାଲ ହେବ ତାହା କଳ୍ପନା କରିବା ସମ୍ଭବ ନୁହେଁ। ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଅନେକ ସମୟରେ ଭିଡିଓ ଚିନ୍ତାରେ ପକାଇ ଦିଏ। ଭୟଭୀତ ମଧ୍ୟ ଲାଗି ଥାଏ। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ୨ ଜଣ ନାବାଳକଙ୍କର। ସୋସିଆଲ ମିଡିଆରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି।


ଭାଇରାଲ ଭିଡିଓରେ ଦେଖିପାରିବେ, ୨ ଜଣ ନାବାଳକଙ୍କ ମଧ୍ୟରୁ ଜଣେ ବାଇକ ନେଇ ଠିଆ ହୋଇଛି। ସେ ବାଇକ୍ ଚଲାଇବା ପାଇଁ ଚେଷ୍ଟା କରୁଛି। ଏହା ଖୁବ ବିପଦପୂର୍ଣ୍ଣ ବୋଲି ଭିଡିଓରେ ଦେଖି ପାରିବେ। ୨ ଜଣଙ୍କ ବୟସ ଖୁବ୍ କମ୍ ବୋଲି ମଧ୍ୟ ଜଣାପଡୁଛି। ଜଣେ ନାବାଳକ ବାଇକ ଚଲାଇବା ଆରମ୍ଭ କରୁଛି। ବାଇକ ପଛରେ ଆଉ ଜଣେ ବସୁଛି। ଏହାପରେ ଜଣେ ନାବାଳକ ବାଇକ ଚଲାଉଛି ଓ ଅନ୍ୟ ଜଣେ ବାଇକ ପଛରେ ବସି ସେଠାରୁ ପଳାଉଛନ୍ତି। ବାଇକରୁ ଖସି ପଡିଲେ ଉଭୟ ଗୁରୁତର ଆହତ ହେବା ସହ କୌଣସି ଅଘଟଣ ନ ଘଟେ କେହି କହିପାରିବେ ନାହିଁ। ଏହି ଭିଡିଓ କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳି ନାହିଁ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories