ଭଲପାଇବାରେ ସମସ୍ତେ ବନ୍ଧା; ତୋ ବିନା ମୋ କାହାଣୀ ଅଧା

ଏଠି ଭଲପାଇବାରେ ସମସ୍ତେ ବନ୍ଧା । ସେ ପଶୁ ହୁଅନ୍ତୁ କି ମଣିଷ । ଦେଖନ୍ତୁ ଏହି ଦୁଇଟି ଭିଡିଓ ଶିଖାଉଛି ଭଲପାଇବାର ପରିଭାଷା । ଗୋଟିଏରେ ଆପଣ ଗୋ’ ମାତାଙ୍କ ନିକଟରେ ପିଲାଟିର ହରକତକୁ ଦେଖନ୍ତୁ । ଅନ୍ୟ ଭିଡିଓଟିରେ ମାଙ୍କଡଟି ପାଖରେ ଗୋଟିଏ ଛୁଆ ବସିଛି । ଆଉ ମାଙ୍କଡ଼ଟି ପିଲାଟିର ମୁଣ୍ଡକୁ ଟିକନିଖ୍ କାରି ଦେଖୁଛି । ସତେ ଯେମିତି ନିଜର ଜନ୍ମ କଲା ମା’ ।

ଆଜ୍ଞା ହଁ ଦର୍ଶକ ବନ୍ଧୁ.. ଗାଈ ପାଖରେ ଥିବା ପିଲାଟି କେତେବେଳେ ଗାଈଟିର ଉପରେ ବସିପଡ଼ୁଛି ତ ପୁଣି କେତେବେଳେ ପିଲାଟି ଗାଈଟି କୋଳରେ ଶୋଇପଡ଼ୁଛି । ଆଉ ଗାଈଟି ମଧ୍ୟ ପିଲାଟିର ମୁହଁରେ ମୁହଁକୁ ଘଷି ଗେଲ କରୁଛି । ସେପଟେ ମାଙ୍କଡଟି ମଧ୍ୟ ପିଲାଟିକୁ ଛାଡ଼ିବାକୁ ନାରାଜ୍ । ପିଲାଟିର ମୁଣ୍ଡକୁ ଆଉଁଶି ଦେଇଛି । କିଛି ସମୟ ପରେ ନିଜ ଆଡକୁ ଟାଣି ନେଇଛି ।

ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ମାଙ୍କଡଟିର ନିକଟରୁ ପିଲାଟିକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ହେଲେ ମାଙ୍କଡଟି ପିଲାଟିକୁ ଛାଡୁନଥିବା ଭିଡିଓରେ ଦେଖିବାକୁ ମିଳୁଛି ।  ତେବେ ଏହି ଦୁଇଟି ଭିଡିଓ ଅଲଗା ଅଲଗା ଅଞ୍ଚଳର ହୋଇଥିବା ବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାର ଲାଗିଛି ।

Comments are closed.