www.samajalive.in
Friday, December 5, 2025
26.1 C
Bhubaneswar

୩୦ମିନିଟ୍‍, ୧୨ଘର, ୧୮ହଜାର ଟଙ୍କା; ରୋଷେୟାଙ୍କ ରୋଜଗାର ଶୁଣିଲେ ହୋସ୍‍ ଉଡିବ

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଜଣେ ରୋଷେୟା ଗୋଟିଏ ମାସରେ କେତେ ଟଙ୍କା ରୋଜଗାର କରିପାରିବେ । ମୁମ୍ବଇରେ ରହୁଥିବା ଜଣେ ମହିଳା ଓକିଲ ଆୟୁଷୀ ଦୋଷୀ ଜଣେ ରୋଷେୟାଙ୍କ ରୋଜଗାରକୁ ନେଇ ଏମିତି କିଛି ତଥ୍ୟ ରଖିଛନ୍ତି ଯାହାକୁ ଜାଣିଲେ ଆପଣଙ୍କ ହୋସ୍‍ ଉଡିଯିବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଆୟୁଷୀ ତାଙ୍କ ଘରେ ଖାଦ୍ୟ ରାନ୍ଧୁଥିବା ଜଣେ ରୋଷେୟାଙ୍କ ରୋଜଗାରର ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ରୋଷେୟା ମାତ୍ର ୩୦ମିନିଟରେ କାମ ପାଇଁ ପ୍ରତ୍ୟେକ ଘରୁ ୧୮ହଜାର ଟଙ୍କା ନିଅନ୍ତି । କେବଳ ସେତିକି ନୁହେଁ, ଏହି ରୋଷେୟା ପ୍ରତିଦିନ ୧୦-୧୨ଟି ଘରେ ଖାଦ୍ୟ ରାନ୍ଧିବାର କାମ କରନ୍ତି । ଏହାସହିତ ସଂପୃକ୍ତ ରୋଷେୟାଙ୍କୁ ସବୁଠି ମାଗଣା ଖାଦ୍ୟ ଓ ଚା ମଧ୍ୟ ମିଳିଥାଏ । ଯଦି ଠିକ୍‍ ସମୟରେ ଦରମା ନମିଳେ, ତେବେ ସେ କିଛି ନକହି ଚାକିରି ଛାଡି ଦିଅନ୍ତି ।
ଯଦି ଆମେ ଏହାକୁ ଦୃଷ୍ଟିରେ ରଖିବା ତେବେ ଏହି ରୋଷେୟା ଜଣଙ୍କ ପ୍ରତିଦିନ ୫ରୁ ୬ଘଣ୍ଟା କାମ କରି ୧.୫ରୁ ୨ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏପରି ପରିସ୍ଥିତିରେ ଅନେକ ଲୋକଙ୍କ ପାଇଁ ଏହି ଦାବି ଉପରେ ବିଶ୍ୱାସ କରିବା କଷ୍ଟକର । ଆୟୁଷୀ ମଜାଳିଆ ଭାବେ କହିଛନ୍ତି ଯେ ‘ମୁଁ ତ ସର୍ବନିମ୍ବ ଦରମାରେ କାମ କରେ’ । ଏହି ପୋଷ୍ଟ କେବଳ ଲୋକଙ୍କୁ ଆର୍ଶ୍ଚଯ୍ୟ କରିନଥିଲା ବରଂ ମୁମ୍ବଇରେ ଘରୋଇ ରୋଷେୟାଙ୍କ ରୋଜଗାର ଏବଂ ଜୀବନଶୈଳୀ ଉପରେ ମଧ୍ୟ ବଡ ବିତର୍କ ଆରମ୍ଭ କରିଛି । ଆୟୁଷୀଙ୍କ ପୋଷ୍ଟରେ ଅନେକ ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ରେଷେୟାଙ୍କ ରୋଜଗାର ଏବଂ ଏତେ ଶୀଘ୍ର କାମ କରିବାର କ୍ଷମତାକୁ ଦେଖି ଚକିତ ହୋଇପଡିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories