www.samajalive.in
Saturday, December 13, 2025
26.1 C
Bhubaneswar

ସିଏଏକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା : ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହିବା ପାଇଁ ନିବେଦନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ କ୍ଷତି  ପହଞ୍ଚାଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ କହିଛନ୍ତି, “ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ”।
ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର ମହତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ସାର୍ବଜନୀନ ସମ୍ପତି ନଷ୍ଟ ଓ ସାଧାରଣ ଜୀବନରେ ଶାନ୍ତିଭଙ୍ଗ କରିବା ଆମ ସଂସ୍କୃତି ନୁହେଁ ।


ନାଗରିକ ସଂଶୋଧନ ବିଧେୟକ ୨୦୧୯ ସଂସଦର ଉଭୟ ଗୃହରେ ବ୍ୟାପକ ସମର୍ଥନ ସହ ଗୃହୀତ ହୋଇଛି। ବହୁସଂଖ୍ୟାରେ ରାଜନୈତିକ ଦଳ ଏବଂ ସାଂସଦ ଏହାକୁ ସମର୍ଥନ କରିଛନ୍ତି । ଏହି ବିଧେୟକ ଭାରତର ସହାବସ୍ଥାନ, କରୁଣା, ଭାଇଚାରା ଏବଂ ସମସ୍ତଙ୍କୁ ଆପଣାଇବା ସଂସ୍କୃତିର ପ୍ରତିଫଳନ।
ମୁଁ ସମସ୍ତ ଦେଶବାସୀଙ୍କୁ ପୁନଃ ଆଶ୍ୱାସନା ଦେବାକୁ ଚାହେଁ ଯେ, ଏହି ଆଇନ କୌଣସି ସମ୍ପ୍ରଦାୟର କ୍ଷତି କରିବ ନାହିଁ । ଏହି ଆଇନ ଯୋଗୁଁ କୌଣସି ଭାରତୀୟଙ୍କୁ ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ଏହା ସେମାନଙ୍କ ପାଇଁ ଯେଉଁମାନେ ଅନ୍ୟ ଦେଶରେ ବହୁ ବର୍ଷ ଧରି ପୀଡିତ ଏବଂ ଭାରତ ଛଡା ଅନ୍ୟ କୌଣସି ସ୍ଥାନରେ ସେମାନଙ୍କ ପାଇଁ ଆଶ୍ରୟ ନାହିଁ ।

- Advertisement -


ସାଂପ୍ରତିକ ସମୟର ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଭାରତର ବିକାଶ ଏବଂ ପ୍ରତ୍ୟେକ ଭାରତୀୟ ବିଶେଷ କରି ଗରିବ, ନିଷ୍ପେସିତ ଓ ବଞ୍ଚିତଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ।
ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଆମେ ଏକତା ଭାଙ୍ଗିବା ଏବଂ ହିଂସାତ୍ମକ କାଣ୍ଡ ଘଟାଇବାର ସୁଯୋଗ ଦେବାନାହିଁ। ବର୍ତମାନ ଶାନ୍ତି, ଏକତା ଓ ଭାଇଚାରା ବଜାୟ ରଖିବାର ସମୟ। ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିବାକୁ ଚାହେଁ ଯେ, ସମସ୍ତ ପ୍ରକାରର ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହୁନ୍ତୁ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories