www.samajalive.in
Thursday, December 11, 2025
18.1 C
Bhubaneswar

ଭିମସାରରେ ପଶିଲା କରୋନା: ପିଜି ଡାକ୍ତରୀ ଛାତ୍ର କରୋନା ପଜିଟିଭ

ବୁର୍ଲା: ବୁର୍ଲା ସହରରେ କରୋନାର ଭୟାବହତାକୁ ନେଇ ଜିଲା ପ୍ରଶାସନ ସଟଡାଉନ ଘୋଷଣା ଏବଂ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କାରୋନାର ଭୟାବହତା ଥମିନାହିଁ। ସେପଟେ ବୁର୍ଲା ଭିମସାରରେ ଜଣେ ପିଜି ଡାକ୍ତରୀ ଛାତ୍ରଙ୍କ କରୋନା ପଜିଟିଭ ବାହାରିବା ନେଇ ଭିମସାରର ସ୍ଥିତି ଉଦବେଗଜନକ ହୋଇପଡ଼ିଛି। ଭିମସାରରେ ଡାକ୍ତରୀ ଛାତ୍ରଙ୍କ କରୋନା ପିଜିଟିଭ ପ୍ରଥମ ଘଟଣା ହୋଇଥିବାବେଳେ ପୂର୍ବରୁ କଟକ ମେଡ଼ିକାଲ ଓ ବ୍ରହ୍ମପୁର ମେଡ଼ିକାଲରେ ଅନେକ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ବର୍ତ୍ତମାନ କରୋନା ସ୍ଥିତିରେ ମଧ୍ୟ ଭିମସାର ଉପରେ ହଜାର ହଜାର ସଂଖ୍ୟାରେ ରୋଗୀଙ୍କ ମାତ୍ରାଧିକ୍ୟ ଚାପ ରହିଆସୁଛି। ଏହାସହିତ ଭିମସାର ମଧ୍ୟରେ କରୋନା ଆଇସୋଲେସନ ବିଭାଗ ରହିଥିବାରୁ ତାହା ଏହାର ସ୍ଥିତିକୁ ଜଟିଳତା ମଧ୍ୟକୁ ଟାଣିନେଉଛି। ସେପଟେ ଭିମସାରରେ ଆଜି ଜନୈକ ପିଜି ଛାତ୍ର କରୋନା ପିଜିଟିଭ ଆକ୍ରାନ୍ତ ହେବା ଖବର ଭିମସାର ବ୍ୟବସ୍ଥାକୁ ନେଇ ଚିନ୍ତାରେ ପକାଇଦେଇଛି। ସୂଚନା ଥାଉକି ଉକ୍ତ ପିଜି ଡାକ୍ତରୀ ଛାତ୍ର ଜଣଙ୍କୁ କିଛିଦିନ ହେବ ଥଣ୍ଡାକାଶ ରହିଥିବା ବେଳେ ସେ ଆଜି ତାଙ୍କ କାର୍ଯ୍ୟସ୍ଥଳ କେନ୍ଦ୍ରୀୟ ଆଇସିୟୁରୁ ଭିମସାରର କରୋନା ଆଇସୋଲେସନକୁ ଆସି ସ୍ୱାବ ଏବଂ ରକ୍ତନମୁନା ପରୀକ୍ଷା ପାଇଁ ​‌େ​‌ଦଇଥିଲେ। ପରୀକ୍ଷାରୁ ପଜିଟିଭ ବାହାରିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଉକ୍ତ ସମ୍ବେଦନଶୀଳ ବିଭାଗର ପିଜି ଡାକ୍ତରୀ ଛାତ୍ର ଜଣକ ଭିମସାରର କେନ୍ଦ୍ରୀୟ ଆଇସିୟୁରେ ଗତ ଜୁଲାଇ ୧ ତାରିଖରୁ କାର୍ଯ୍ୟରତ ଥିଲେ। ତେବେ କିପରି ଭାବରେ ସେ ସଂକ୍ରମିତ ହେଲେ ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି। ଏବେ ସନ୍ଦେହ ପରିସରରେ ଭିମସାରର କେନ୍ଦ୍ରିୟ ଆଇସିୟୁ। କୌଣସି ରୋଗୀ କରୋନା ସଂକ୍ରମିତ ହୋଇ ଭର୍ତ୍ତି ହୋଇଥିଲେ କିମ୍ବା ଭର୍ତ୍ତିହୋଇ ଡିସଚାର୍ଜ ହୋଇଛନ୍ତି, ତାହା ଜାଣିବା କଷ୍ଟକର ବ୍ୟାପାର ହୋଇଥିବାବେଳେ ଏହାଦ୍ବାରା ସଂକ୍ରମଣ ବିଷ୍ଫୋରକ ରୂପ ନେବା ଆଶଙ୍କା ରହିଛି।
ସୋମବାର ସନ୍ଧ୍ୟା ୬ଟା ସମୟରେ ଖବର ଲେଖାଯିବା ସୁଦ୍ଧା ଭିମସାର ତରଫରୁ ପ୍ରାୟ ୫୨ରୁ ଊର୍ଦ୍ଧ୍ବ ଡାକ୍ତର, ସେବିକା ଏବଂ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହି ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ସେପଟେ ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି କେନ୍ଦ୍ରିୟ ଆଇସିୟୁର ଗୁରୁତର ରୋଗୀଙ୍କ ମଧ୍ୟ କରୋନା ରାପିଡ଼ ଆଣ୍ଟିଜେନ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ତେବେ ଉକ୍ତ ପିଜି ଡାକ୍ତରଙ୍କୁ ସମ୍ବଲପୁର କୋଭିଡ଼ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଏହା ସମ୍ପର୍କରେ ଜାଣିବା ପାଇଁ ଭିମସାର ହସପିଟାଲ ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବାରେ ସେ ଫୋନ ଉଠାଇ ନଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories