www.samajalive.in
Wednesday, December 10, 2025
18.1 C
Bhubaneswar

ଏ.ଏନ୍‍.ଏମ୍‍. ଓ ଆଶାକର୍ମୀଙ୍କ ଦ୍ୱାରା ଜୋରଦାର ଚାଲିଛି ସ୍ୱାସ୍ଥ୍ୟ ସର୍ଭେ

ଦେବଗଡ : ସରକାରଙ୍କ ଦ୍ୱାରା ସମୟକ୍ରମେ ଲକଡାଉନ ଅପସାରଣ ଏବଂ କେତେକ ନିୟମ କୋହଳ କରାଯାଉଥିବା ତଥା ରାଜ୍ୟରେ କରୋନା ସମକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପଗୁଡିକ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଗତ ମାର୍ଚ୍ଚ ମାସରୁ ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସହାୟିକା, ଏ.ଏନ.ଏମ. ଏବଂ ଆଶାକର୍ମୀଙ୍କ ମିଳିତ ସହଯୋଗରେ ଚାଲିଥିବା ସ୍ୱାସ୍ଥ୍ୟ ସର୍ଭେ କାର୍ଯ୍ୟକ୍ରମ ଜାରି ରହିଛି।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ପ୍ରତ୍ୟେକ ପରିବାରକୁ ପ୍ରତ୍ୟକ୍ଷ ଭାବରେ ସଂପର୍କ ସ୍ଥାପନ କରି ପରିବାରର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝୁଛନ୍ତି। ଏହି ସମୟରେ ସେମାନେ ବିଶେଷ କରି ପରିବାରର କେହି ସଦସ୍ୟ ଥଣ୍ଡା,କାଶ,ଜ୍ୱର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିବା, ମୁଣ୍ଡ ଏବଂ ଦେହହାତ ବିନ୍ଧା ଆଦିରେ ଆକ୍ରାନ୍ତ ଅଛନ୍ତି କି ନାହିଁ ତା ଉପରେ ତଥ୍ୟ ସଂଗ୍ରହ କରିବା ସହିତ ସାଧାରଣ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝୁଛନ୍ତି। ପ୍ରତି ସପ୍ତାହରେ ସେମାନେ ଦୁଇଥର ଏଭଳି ସର୍ଭେ କରି ତିନି ଦିନରେ ଥରେ ଏ ସମ୍ବନ୍ଧୀୟ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରଦାନ କରୁଛନ୍ତି। ସର୍ଭେ ସମୟରେ ଥଣ୍ଡା,କାଶ,ଜ୍ୱର, ଶ୍ୱାସକ୍ରିୟରାରେ କଷ୍ଟ ଆଦି ଲକ୍ଷଣଯୁକ୍ତ ଲୋକଙ୍କୁ ଚିହ୍ନଟ କରାଯାଇ ସ୍ଥାନୀୟ ଅଞ୍ଚଳ ନିମନ୍ତେ ନିୟୋଜିତ ଡାକ୍ତରୀ ଟିମ ଦ୍ୱାରା ପରୀକ୍ଷା କରାଯାଉଛି ଏବଂ ଆବଶ୍ୟକସ୍ଥଳେ ସଙ୍ଗରୋଧ ନିମନ୍ତେ କୋଭିଡ କେୟାର ହୋମକୁ ପଠାଯାଉଛି ଏବଂ ସେମାନଙ୍କର ପରୀକ୍ଷା ଓ ଚିକିତ୍ସା କରାଯାଉଛି। ପରୀକ୍ଷା ପରେ ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ କୋଭିଡ କେୟାର ହୋମରୁ ନିଜ ଘରକୁ ପଠାଇଦିଆଯାଇ ଘରେ ସଙ୍ଗରୋଧରେ ରହିବାପାଇଁ କୁହାଯାଉଛି। ପୋଜିଟିଭ ଚିହ୍ନିତ ବ୍ୟକ୍ତିଙ୍କୁ ଲକ୍ଷଣର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୋଭିଡ କେୟାର ସେଣ୍ଟର କିମ୍ବା କୋଭିଡ ହସ୍ପିଟାଲକୁ ପଠାଯାଉଛି। ଏହା ବ୍ୟତୀତ ଏମାନଙ୍କ ଦ୍ୱାରା ପ୍ରତ୍ୟେକ ଦିନ ଜିଲ୍ଲା ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇ କୋଭିଡ କଲ ସେଣ୍ଟରକୁ ରିପୋର୍ଟ ପ୍ରଦାନ କରାଯାଉଛି। ସଂକ୍ରମଣଠାରୁ ଦୂରେଇ ରହିବା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଯଥା ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପରିଧାନ ଏବଂ ବାରମ୍ବାର ହାତକୁ ଭଲ ଭାବରେ ସାନୁନରେ ଧୋଇବା ଆଦି ସଚେତନତା ବାର୍ତାର ପ୍ରଚାର ପ୍ରସାରରେ ମ୍ମ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। କୋଭିଡ କଲ ସେଣ୍ଟରକୁ ପ୍ରତ୍ୟେକ ଦିନ ପ୍ରଦାନ କରାଯାଉଥି୍‍ବା ତଥ୍ୟ ଆଧାରରେ ଲୋକମାନଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଓ ଅନ୍ୟାନ୍ୟ ବିଷୟ ଉପରେ ସୂଚନା ସଂଗ୍ରହ କରାଯାଉଛି।

- Advertisement -

୭୮୨ଜଣ ଅଙ୍ଗନବାଡିକର୍ମୀ, ୫୭୦ଜଣ ଅଙ୍ଗନବାଡି ସହାୟିକା, ୩୬୦ଜଣ ଆଶାକର୍ମୀ ଓ ୬୫ଜଣ ଏ.ଏନ୍‍.ଏମ୍‍.ଙ୍କ ଦ୍ୱାରା ଏହି ସର୍ଭେକାର୍ଯ୍ୟ ଏକ ମିଶନ ମୋଡରେ ଜାରି ରହିଛି। ଗତ ମାର୍ଚ୍ଚ ମାସ ୨୭ ତାରିଖରୁ ଆରମ୍ଭ କରାଯାଇଥିବା ଏହି ସର୍ଭେକାର୍ଯ୍ୟରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ୭୮,୫୫୯ ପରିବାରକୁ ପ୍ରତି ସପ୍ତାହରେ ଦୁଇଥର ସଂପର୍କ କରାଯାଇ ତଥ୍ୟ ସଂଗ୍ରହ କରାଯାଉଛି। କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମ୍ମ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରିବାପାଇଁ ସଂପୃକ୍ତ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ପ୍ରଶାସନର ଏଭଳି ପ୍ରୟାସ ଏବଂ ଜନସାଧାରଣଙ୍କ ସହଯୋଗ ସଂକ୍ରମଣକୁ ପ୍ରତିହତ କରିବାରେ ଅନେକାଂଶରେ ସହାୟକ ହୋଇପାରିଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories