www.samajalive.in
Monday, December 8, 2025
13.1 C
Bhubaneswar

କରୋନା କାଳରେ ବ୍ଲାକ ଫଙ୍ଗସ, ଭିମସାରରେ ୮ ଜଣିଆ କମିଟି

ବୁର୍ଲା: ବର୍ତ୍ତମାନ କରୋନା ମହାମାରୀ ଜନସାଧାରଣଙ୍କୁ ଆତଙ୍କିତ କରି ରଖିଥିବା ବେଳେ ପୁଣି ବ୍ଲାକ ଫଙ୍ଗସ ସଂକ୍ରମଣ ଏକ ଭୟର ବାତାବରଣ ସୃଷ୍ଟି କରିଛି। ପଶ୍ଚିମ ଓଡିଶାରେ ରୋଗୀ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ବୁର୍ଲା ଭିମସାରରେ ଏହି ଦୁରାରୋଗ ସଂକ୍ରମିତ ରୋଗର ମୁକାବିଲା ପାଇଁ ପ୍ରସ୍ତୁତୀ ଆରମ୍ଭ ହୋଇଛି। ଏହାକୁ ନେଇ ଭିମସାରରେ ଆଠଜଣିଆଁ କମିଟି ଗଠିତ ହୋଇଛି। କମିଟି ବ୍ଲାକ ଫଙ୍ଗସ ରୋଗୀ ବା ସଂନ୍ଦେହ ଜନକ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରି ପୃଷ୍ଟି ହେବା ପରେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିବ ବୋଲି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି।

ବ୍ଲାକ ଫଙ୍ଗସ ରୋଗ ଯାହାକି ଏକ ଜଣେ ରୋଗୀଙ୍କ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସତା କାରଣରୁ ଜଣେ କରୋନା ରୋଗୀଙ୍କୁ ସଂକ୍ରମିତ କରୁଛି। ଏହାର ଭୟାବହତା ମଧ୍ୟ ଅଧିକ ଯଦିବା ସଠିକ ସମୟରେ ଚିକିତ୍ସା କରା ନ ଯାଏ ତା ହେଲେ ରୋଗୀର ମୃତ୍ୟୁ ହେବା ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷକରି ମୁଖମଣ୍ଡଳରୁ ମସ୍ତିଷ୍କ ପର୍ଯ୍ୟନ୍ତ ଅଧିକା ମାତ୍ରାରେ ଏହା ସଂକ୍ରମିତ କରିଥାଏ। ଏହାର ମୁକାବିଲା କରିବା କ୍ଷେତ୍ରରେ ଭିମସାରେ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। କିଛିଦିନ ପୂର୍ବରୁ ଜଣେ ରୋଗୀ ଯିଏକି ବରପାଲି ଅଞ୍ଚଳର ସେ ବ୍ଲାକ ଫଙ୍ଗସରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି। ରୋଗୀ ଜଣକ ଗୁଜୁରାଟ ଫେରନ୍ତା ଏବଂ ସେ ମଧ୍ୟ କରୋନାରେ ପିଡ଼ିତ ହେବା ପରେ ବରପାଲିକୁ ଫେରି ଏହି ରୋଗରେ ଆକ୍ରାନ୍ତ ହୋଇ ଭିମସାରକୁ ଆସିଥିଲେ। ତେବେ ରୋଗୀ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା କର୍ଣ୍ଣ, ନାଶା ଓ ଗଳା ବିଭାଗର ବିଭାଗିୟ ମୁଖ୍ୟ ପ୍ରଫେସର ସୌଭାଗିନୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ମଧ୍ୟ ଘନିଭୁତ ହୋଇଛି। ଏହି ଆଶଙ୍କାରେ ଭିମସାର କର୍ତ୍ତୃପକ୍ଷ ଏହାର ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି।

- Advertisement -

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ଭିମସାର ନିର୍ଦ୍ଦେଶକ ଏହାର ମୁକାବିଲା ପାଇଁ ଆଠ ଜଣିଆଁ କମିଟୀ ଗଠନ କରିଛନ୍ତି। କମିଟିର ମୂଖ୍ୟ ବା ଚେୟାରମେନ ଭାବରେ ଭିମସାର କର୍ଣ୍ଣ, ନାଶା ଓ ଗଳା ବିଭାଗୀୟ ମୂଖ୍ୟା ପ୍ରଫେସର ଡ଼ଃ ସୋଭାଗିନୀ ଆଚାର୍ଯ୍ୟ, ମାଇକ୍ରୋବାଇଲୋଜୀ ବିଭାଗୀ ମୂଖ୍ୟ ପ୍ରଫେସର ସୁନୀଲ ବେହେରା, ମେଡିସିନ ବିଭାଗର ପ୍ରଫେସର ମାଲତି ମୁର୍ମୂ, ଚକ୍ଷୁ ବିଭାଗର ସହଯୋଗୀ ପ୍ରଫେସର ଶର୍ମିଷ୍ଟା ବେହେରା, ଛାତି ଓ ସଂକ୍ରମଣ ରୋଗ ବିଭାଗର ସହଯୋଗୀ ପ୍ରଫେସର ରେଖା ମାଝୀ, ପାଥୋଲୋଜୀ ବିଭାଗର ସହଯୋଗୀ ପ୍ରଫେସର ଅଲକା ସାହୁ, ମାଇକ୍ରୋବାଇଲୋଜୀ ବିଭାଗର ସହକାରୀ ପ୍ରଫେସର ଦୀପଙ୍କର ପଟ୍ଟନାୟକ, ଚର୍ମ ଓ ଯୌନରାଗ ବିଭାଗର ସହକାରୀ ପ୍ରଫେସର୍‍ କୁଲଦୀପ ଦାସ ପ୍ରମୂଖ ରହିଛନ୍ତି। ତେବେ ଏହି କମିଟି ବ୍ଲାକ ଫଙ୍ଗସ ରୋଗୀ ବା ସନ୍ଦେହ ଜନକ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା ତଥା ଲକ୍ଷଣ ଯାଞ୍ଚକରି ରିପୋର୍ଟ ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ ବୋଲି ଜଣାପଡିଛି।

ଅନ୍ୟପଟେ କମିଟି ପ୍ରସ୍ତୁତ ହେଲେ କିନ୍ତୁ ରୋଗର ମୁକାବିଳା କରିବା ପାଇଁ ପ୍ରତିଷେଧକ ରହି ନ ଥିବା ନେଇ ଚର୍ଚ୍ଚା ହେଉଛି। କାରଣ ଏହି ରୋଗରୁ ସୁସ୍ଥ ହେବାକୁ ଯେଉଁ ଜରୁରୀ ଇଂଞ୍ଜେକସନ ଆମ୍ଫୋଟେରିସିନ–ବି ତାହା ଉପଲବ୍ଧ ହେଉନାହିଁ। ଯଦ୍ୱାରା ଏହି ସଂକ୍ରମିତ ରୋଗ ବ୍ଲାକ ଫଙ୍ଗସ ରୋଗୀଙ୍କୁ ଚିକିତ୍ସା କରିବା ଡାକ୍ତରଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଉଛି। ଏପରି ହେବା ଭିମସାରରେ କୌଣସି ନୁଆଁ କଥା ନୁହେଁ ବିଭିନ୍ନ କ୍ଷେତ୍ରରେ ଭିମସାରର ଆନୁଷାଙ୍ଗିକ ଅବ୍ୟବସ୍ତା ଚିକିତ୍ସା ବ୍ୟବସ୍ତାକୁ ତୀବ୍ରତର ଭାବରେ ପ୍ରଭାବିତ କରି ଆସୁଥିବା ଅନେକ ଦୃଷ୍ଟାନ୍ତ ରହିଛି। ତେବେ ଏହି ଦୁରାରୋଗରୁ ମୁକ୍ତି ପାଇଁ ଔଷଧ ବ୍ୟବସ୍ତା ହୋଇ ନ ପାରିଲେ ପରିସ୍ତିତି ଅତ୍ୟନ୍ତ ଚିନ୍ତାଜନକ ହେବ ବୋଲି ମତପ୍ରକାଶ ପାଉଛି। ଅନ୍ୟପଟେ ଏହି ଔଷଧ ରାଜ୍ୟ ଔଷଧ ନିଗମରେ ମଧ୍ୟ ଉପଲବ୍ଧ ନ ଥିବା ଜଣାପଡିଛି। ଭିମସାର କର୍ତ୍ତୃପକ୍ଷ ଚଳିତ ମାସ ମଧ୍ୟରେ ୩ ଥର ବିଭିନ୍ନ କମ୍ପାନିକୁ ଏହି ଇଂଞ୍ଜେକସନ ପାଇଁ ଅର୍ଡର ପ୍ରେରିତ କରିଥିଲେ ମଧ୍ୟ ଇଂଜେକସନ ଉପଲବ୍ଧ ହୋଇପାରିନାହିଁ। ତେବେ ଯେହେତୁ ଏହି ବ୍ଲାକ ଫଙ୍ଗସ ରୋଗୀ ଆଗକୁ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ସ୍ତିତିରେ ତେବେ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟବିଭାଗ ଏହି ପାଇଁ ଜରୁରୀ ରହିଥିବା ଔଷଧ ବା ଇଂଜେକସନ କିଭଳି ଭାବରେ ବଜାରରେ ଉପଲବ୍ଧ ହୋଇପାରିବ ଏବଂ ମେଡ଼ିକାଲରେ ଉପଲବ୍ଧ ହୋଇ ପାରିବ ସେ ଦିଗରେ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories