www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଟିକାକୁ ଡରି ନଦୀକୁ ଡେଇଁଲେ ଗ୍ରାମବାସୀ

ଦେଶର ଅନେକ ଅଂଚଳରେ କରୋନା ପ୍ରତିଷେଧକ ଟିକା ନେବାକୁ ଅମଙ୍ଗ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛି ଲୋକ ଗୁଜବରେ ବିଶ୍ୱାସ କରି ଟିକା ନେବାକୁ ରାଜି ହେଉନଥିବା ବେଳେ ଅନ୍ୟ କିଛି ଜଣ ବିଭିନ୍ନ ଆଳ ଦେଖାଇ ଟିକା ନେବାକୁ ମଙ୍ଗୁ ନାହାନ୍ତି। ଏମିତି କେତେ ଘଟଣା ଘଟୁଥିବା ବେଳେ ଉତ୍ତରପ୍ରଦେଶର ସିସୁର୍ହା ଗାଁର କିଛି ଲୋକ ଟିକା ଦେବାକୁ ଆସୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁ ପଡ଼ିଥିଲେ। ସ୍ୱାସ୍ଥ୍ୟକର୍ମୀମାନେ ସେହି ଗାଁକୁ ସ୍ୱତନ୍ତ୍ର ଟିକାକରଣ ଅଭିଯାନରେ ଯାଇଥିଲେ। ଏହି ଟିକା ଏକ ବିଷାକ୍ତ ଇଞ୍ଜେକ୍ସନ ବୋଲି ଗୁଜବ ଉଠିବା ପରେ ଗ୍ରାମବାସୀମାନେ ଏଭଳି ଚରମ ପଦକ୍ଷେପ ନେଇଥିଲେ।

ରାମନଗର ତହସିଲର ଅପାଖଣ୍ଡ ସ୍ଥରୀୟ ମାଜିଷ୍ଟ୍ରେଟ ରାଜୀବ କୁମାର ଶୁକ୍ଲାଙ୍କ କହିବାନୁସାରେ, ଶନିବାର ଦିନ ଏହି ଘଟଣା ଘଟିଥିଲା ଏବଂ ଗ୍ରାମବାସୀମାନେ ସାରାୟୁ ନଦୀକୁ ଡେଇଁ ପଡ଼ିଥିଲେ। କିଛି ସମୟ ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଗ୍ରାମବାସୀଙ୍କୁ ଟୀକାକରଣର ମହତ୍ତ୍ୱ ବୁଝାଇବା ପରେ ୧୮ ଜଣ ଗ୍ରାମବାସୀ ଟିକା ନେବାକୁ ରାଜି ହୋଇଥିଲେ ବୋଲି ଶୁକ୍ଲା କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories