www.samajalive.in
Tuesday, December 9, 2025
26.1 C
Bhubaneswar

ବାତ୍ୟା ୟସ – ମଧ୍ୟରାତ୍ରି ସୁଦ୍ଧା ୧୫ ହଜାର ସ୍ଥାନାନ୍ତର

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଅତ୍ୟଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାର ତଳି ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଷୋମବାର ରାତି ୧୨ଟା ସୁଦ୍ଧା ପ୍ରାୟ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଜିରେଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ସେ କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ୨୬ ତାରିଖ ମଧ୍ୟାହ୍ନ ୧୨ଟା ପାଖାପାଖି ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ। ବାତ୍ୟା ୟସ ଭୟଙ୍କର ଘୁର୍ଣ୍ଣିବାତ୍ୟାର ରୂପ ନେଇ ଘଂଟାପ୍ରତି ୧୨୦ରୁ ୧୬୫ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ଯାହାର ପ୍ରଭାବରେ ବାଲେଶ୍ୱର ସମୁଦ୍ର ତଟରେ ୩ରୁ ୪ମିଟର ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି। ବାତ୍ୟା ୟସ ସ୍ଥଳଭାଗ ଛୁଇଁବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ମୟୁରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ଆଡକୁ ଗତି କରିବ ଏବଂ ଏହାର ପ୍ରଭାବରେ ପାରାଦୀପ ଠାରୁ ଉତ୍ତର ଆଡକୁ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁରର କିଛି ଅଂଚଳରେ ପବନର ବେଗ ଘଂଟାପ୍ରତି ୧୨୦ କିଲୋମିଟରରୁ ଅଧିକ ରହିବ। କିଛି ଅଂଚଳରେ ବାତ୍ୟା ୟସ ଅତିକ୍ରମ କଲାବେଳେ ଘଂଟାପ୍ରତି ପବନର ବେଗ ୧୫୦ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ଏହା ୧୮୫କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି।

- Advertisement -

ଶ୍ରୀ ଜେନା କହିଛନ୍ତି, ବାତ୍ୟା ୟସ ପ୍ରଭାବରେ ୨୫ ତାରିଖରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବ ଏବଂ ୨୬ରେ ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ମୟୁରଭଞ୍ଜରେ ଅତି ପ୍ରବଳ ବର୍ଷା ହେବ। ୨୭ ତାରିଖରେ କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଇତି ମଧ୍ୟରେ ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଂଚଳରୁ ମଧ୍ୟରାତ୍ରି ସୁଦ୍ଧା ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀ ଗୁଡିକରେ ରଖାଯାଇଥିବା ଏସଆରସି ସୂଚନା ଦେଇଛନ୍ତି। ବାତ୍ୟା ୟସ ପ୍ରଭାବରେ ପାରାଦୀପରେ ୨ ମିଟର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ୩ରୁ ସାଢେ ୩ ମିଟର ଏବଂ ବାଲେଶ୍ୱରରେ ୪ ମିଟର ଉଚ୍ଚ ଜୁଆର ସମ୍ଭାବନା ଦୃଷ୍ଟିରୁ ସେହି ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories