www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟୁତ ସଂଯୋଗ ଓ ରାସ୍ତା ଉନ୍ନତିକରଣ ଦାବିରେ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼ :  କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଗୌଣିଘସା ପଞ୍ଚାୟତ ଅର୍ଜୁନଚୁଆ ଗ୍ରାମ ପିଙ୍ଗୁବାହାଳିସାହିରେ ବିଦ୍ୟୁତ ସଂଯୋଗ ଓ ରାସ୍ତା ମରାମତି ଦାବିରେ ଗ୍ରାମର ବହୁ ମହିଳା ସୋମବାର ପ୍ରଶାସନର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ପିଙ୍ଗୁବାହାଳି ସାହିବାସୀରେ ଦୀର୍ଘବର୍ଷ ହେବ ବିଦ୍ୟୁତକରଣ ଏବଂ ଯାତାୟାତ ଯୋଗ୍ୟ ରାସ୍ତାଟିଏ ନଥିବାରୁ ସାହିର ୨୭ ପରିବାର ନାହିଁନଥିବା ଦୁର୍ଦ୍ଦଶର ସମ୍ମୁଖୀନ ହେଉଥିବା ନେଇ ବହୁବାର ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସାମାନ୍ୟ କର୍ଣ୍ଣପାତ କଲାନାହିଁ ବୋଲି କକଲି ମାର୍ଡି କ୍ଷୋଭର ସହ କହିଛନ୍ତି ।  ବିଦ୍ୟୁତ୍ ଅଭାବରୁ କୋମଳମତି ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଯାତାୟାତଯୋଗ୍ୟ ରାସ୍ତା ନଥିବାରୁ ସାହିକୁ ଆମ୍ବୁଲାନ୍ସ ପହଞ୍ଚି ନପାରି ରୋଗୀ ଚିକିତ୍ସାଳୟରେ ପହଞ୍ଚିନପାରି ଅକାଳରେ ମୃତ୍ୟୁବରଣ କରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ, ଜିଲା ମୁଖ୍ୟାଳୟ, ପୋଷ୍ଟ ଅଫିସ କାର୍ଯ୍ୟାଳୟ, ଦୈନିକ ବଜାର ଓ ସାପ୍ତାହିକ ହାଟକୁ ଯାତାୟାତ କରିବା ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି । ଜିଲା ପ୍ରଶାସନ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ବିଦ୍ୟୁତ୍‌‌ ସଂଯୋଗ ଓ ଯାତାୟାତ ଯୋଗ୍ୟ ରାସ୍ତା ନିର୍ମାଣ ନକଲେ ସହିବାସିନ୍ଦା ଆଗାମୀ ସାଧାରଣ ନିର୍ବାଚନରେ  ଭୋଟ ବର୍ଜନ କରିବେ ବୋଲି କଇଲି ମାର୍ଡି(ସିଆରପି), ଫୁଲ ସରେନ, ସଲମା ମାର୍ଡି, ସୁମି ଟୁଡୁ, ଗୈାରିପ୍ରିୟଦର୍ଶନୀ ଟୁଡୁ, ରିଲେ ମାଝି, ରାଇମଣି ସୋରେନ, ରାଣୀ ମାର୍ଡି, ମାଇନ ମାର୍ଡି, ଲକ୍ଷ୍ମୀ ମୁର୍ମୁ, ରାଧିକା ମାର୍ଡି, ମାଳତୀ ମୁର୍ମୁ, ରାଣୀ ଟୁଡୁ, ବାରିଆଳ ସୋରେନ, ସୁଶାନ୍ତ ସୋରେନ, ଦୁଲାରି ମାଝୀ, କାରୁ ସରୋନ, ମାନସୀ ଟୁଡୁ, ଯଦୁ ମାରାଣ୍ଡି, ଖେଲା ସୋରେନ, ଯମୁନା ଲୋହାର ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories