www.samajalive.in
Saturday, December 6, 2025
16.1 C
Bhubaneswar

ଭୀମପୁର ଗ୍ରାମ ଦାଣ୍ଡ ଶୋଚନୀୟ, ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ଦାଣ୍ଡ ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ ଗ୍ରାମ ଦାଣ୍ଡକୁ ମରାମତି କରିବା କରିବା ପାଇଁ ପଂଚାୟତ କିମ୍ବା ବ୍ଲକ କର୍ତୃପକ୍ଷ ଆଦୌ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ ଭୀମପୁର ଗ୍ରାମରେ ବର୍ତମାନ ୪ଟି ୱାର୍ଡର ଜନସାଧାରଣ ବସବାସ କରୁଛନ୍ତି। ପ୍ରତିଦିନ ଗାଁ ଦାଣ୍ଡରେ ଶହ ଶହ ଲୋକ ଯାତାୟତ କରିବା ସହିତ ଏହି ରାସ୍ତା ଦେଇ ପ୍ରତିଦିନ ଚମ୍ପୁଆ, ଝୁମ୍ପୁରା, ପାଟଣା, ତୁରୁମୁଙ୍ଗା ଏବଂ ଜିଲା ମୁଖ୍ୟାଳୟକୁ ଯାତ୍ରୀବାହି ଗାଡି ଗୁଡିକ ଯାତାୟତ କରୁଛି। ପୁରୁଣା ପଚାତୟପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗ୍ରାମ ଶେଷ ମୁଣ୍ଡରେ ରହିଥିବା ଗ୍ରାମ ଠାକୁରାଣୀ ଶାଳ ପର୍ଯ୍ୟନ୍ତ ରାସ୍ତା ଏପରି ଶୋଚନୀୟ ହୋଇ ପଡ଼ିଛି ଯେ ଅସରାଏ ବର୍ଷା ହେଲେ ରାସ୍ତାରେ ଯାତାୟତ କରିବା ସମ୍ଭବପର ହୋଇପାରୁ ନାହିଁ। ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ସହିତ ଗ୍ରାମ ଦାଣ୍ଡରେ ଉଭୟ ପାର୍ଶ୍ବରେ ଡ୍ରେନ ନଥିବାରୁ ଦାଣ୍ଡ ମଝିରେ ଦିନ ରାତି ପାଣି ଯାତାୟତ କରୁଥିବାରୁ ବିଶେଷ କରି ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା କୁନି କୁନି ପିଲା ସମେତ ସ୍କୁଲ, କଲେଜ ପିଲା ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହିତ ଖାଲରେ ପଡ଼ି ଖଣ୍ଡିଆ ଖାବରା ହେବାର ନଜିର ମଧ୍ୟ ରହିଛି। ବର୍ଷା ଦିନ ପୂର୍ବରୁ ଏହି ଶୋଚନୀୟ ରାସ୍ତାକୁ ମରାମତି କରିବା ପାଇଁ ଗ୍ରାମବାସୀ ସରପଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏପରୀ କି ପାଟଣା ବିଧାୟତ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକଙ୍କୁ ଅବଗତ କରିଥିଲେ ମଧ୍ୟ ରାସ୍ତା ମରାମତି ହୋଇ ପାରିଲା ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories