ବୌଦ୍ଧ: ବୌଦ୍ଧଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସଂଘର ବାର୍ଷିକ ଉତ୍ସବ ସହିତ ନୂତନ ସଂଘ କାର୍ଯ୍ୟାଳୟ ନିର୍ମାଣ ପାଇଁ ଆଲୋଚନା କରାଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଥିଲା। ରାଜ୍ୟ ସଂଘ ସହିତ ସମନ୍ୱୟ, ଜିଲା ସଂଘରେ ଶୃଙ୍ଖଳା ରକ୍ଷା ଓ ସଂଘର ବାର୍ଷିକ ଉତ୍ସବକୁ ମହାସମାରୋହରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ବୈଠକରେ ସଂଘର ସଂପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଘ ପାଇଁ ନୂତନ ସମ୍ବିଧାନ ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଦେବାଶିଷ ପୁରୋହିତ ଓ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଅଜିତ କୁମାର ବାରିକ୍ ପ୍ରମୁଖ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ।
Popular Categories



