www.samajalive.in
Saturday, December 6, 2025
19.1 C
Bhubaneswar

ଗାଁ ରାସ୍ତା ଓ ପୋଖରୀ ସଫା କଲେ ଯୁବକ ସଂଘ

ବାଙ୍କୀ(ଡମପଡ଼ା): ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ପାଟପୁର ଗ୍ରାମର କିଛି ଉତ୍ସାହି ଯୁବକମାନଙ୍କ ତରଫରୁ ଶ୍ରୀ ସିଂହନାଥଦେବ ଗ୍ରାମ୍ୟ ମଙ୍ଗଳ କମିଟି ଗଠନ କରାଯାଇ ବିଭିନ୍ନ ଜନମଙ୍ଗଳ ଓ ସାମାଜିକ କାର୍ୟ୍ୟ କରୁଥିବା ବେଳେ ଆଜି ଗ୍ରାମର ଦୁଇଟି ପୋଖରୀ ଏବଂ ବିଭିନ୍ନ ସାହିର ଦୁଇ ପାଶ୍ୱର୍କୁ ସମ୍ପୂର୍ଣ୍ଣ ସଫା କରିବା ସହ ଡ୍ରେନେଜ୍ ଗୁଡିକୁ ସଫା କରିଥିଲେ । ଗ୍ରାମରେ ଥିବା ଦୁଇଟି ପୋଖରୀ ସମ୍ପୂର୍ଣ୍ଣ ଭାବେ ନାଗା ଦଳ ଓ ଅପରିଷ୍କାର ହୋଇ ବହୁଦିନ ହେବ ରହିଥିବା ବେଳେ ସିଂହନାଥ ଦେବ ଗ୍ରାମ୍ୟ ମଙ୍ଗଳକମିଟିର ସଭାପତି କାର୍ତ୍ତିକ ଚନ୍ଦ୍ର ସାହୁ, ସଂପାଦକ ବସନ୍ତ ବେହେରା, ରବିନ୍ଦ୍ର ନାଥ ସାହୁ, ମନୋଜ କୁମାର ସାହୁ , ଦାସରଥି ସାହୁ, ସୁଶାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବାଙ୍କନିଧି ସାହୁ, ଉମେଶ ସାହୁ, ବାଉରୀବନ୍ଧୁ ସାହୁ, ବିପିନି ସାହୁ, ସୁଜିତ୍ ସାହୁ, ଅପର୍ତ୍ତି ସାହୁ ଏବଂ ଗ୍ରାମର ବହୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଉତ୍ସାହି ଯୁବକମାନଙ୍କ ସହଯୋଗରେ ଏହି କାର୍ୟ୍ୟ ସଂପାଦନ କରାଯାଇଥିଲା । ଏଭଳି କାର୍ୟ୍ୟକୁ ପାଟପୁର ଗ୍ରାମର ବୁଦ୍ଧିଜୀବୀମାନେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଗ୍ରାମ୍ୟ କମିଟି ତରଫରୁ ଆହୁରି ଅନେକ ଗୁଡିଏ ସାମାଜିକ କାର୍ୟ୍ୟ କରାଯିବା ପାଇଁ ସୂଚନା ମିଳିଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories