ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପୂଜାରୀଗୁଡା ପଂଚାୟତର ନୂଆଗୁଡା ଗ୍ରାମରେ ବାସ କରୁଥିବା ଅସହାୟ ୭୫ ବର୍ଷ ବର୍ଷିୟ ବିଧବା ବୃଦ୍ଧାଙ୍କ ଆଖିରେ ଲୁହ ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି। ହେଲେ ତାଙ୍କ ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ ।ଏମିତି ଏକ କରୁଣା କାହାଣୀ ଦେଖିବାକୁ ମିଳିଅଛି ନୂଆଗୁଡା ଗ୍ରାମରେ ।
ଗ୍ରାମରେ ବାସ କରୁଥିବା ୭୫ ବର୍ଷିୟ ବିଧବା ମହିଳା ମାଧିହିଲଦା ନାଗ । ସ୍ୱାମୀ ଉର୍ଧ୍ଵବ ନାଗ ମଙ୍ଗଳମ ଟିମ୍ବର୍ସ ରେ ମାଳି ଭାବେ କାର୍ଯ୍ୟ କରି ମାସକୁ ୧୨୦୦ ଟଙ୍କା ରୋଜଗାର କରୁଥିଲେ। ସେଥିରେ କଷ୍ଟେ ମଷ୍ଟେ ୨ ଜଣ ସ୍ୱାମୀ ସ୍ତ୍ରୀ ଚଳି ଯାଉଥିଲେ। ଉର୍ଧବ ୬୦ ବର୍ଷ ବୟସରେ କାର୍ଯ୍ୟରୁ ଅବସର ହୋଇଯିବା ପରେ ୪ଶହ ଟଙ୍କା ପେନସନ ଆକାରରେ ଅଞ୍ଚଳଗୁମା ଷ୍ଟେଟବ୍ୟାଙ୍କ ରୁ ୪ରୁ ୫ଥର ମିଳିବା ପରେ ହଠାତ କୌଣସି କାଗଜ ଦରକାର କହି ପେନସନ ମଧ୍ୟ ବନ୍ଦ କରିଦିଆଗଲା । ପରେ ଉଦ୍ଧବ ବହୁଥର ମଙ୍ଗଳମ ଟିମ୍ବର୍ସ ଯାଇ ପେନସନ ପାଇଁ କହିକହି ଥକି ଯାଇଥିଲେ ମଧ୍ୟ କେହି ଶୁଣିନଥିଲେ। ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସ୍ୱାମୀ ର ମୃତ୍ୟୁ ପରେ ବିଧବା ମାଧିହିଲଦା ନାଗ କୁ ପ୍ରଶାସନ ତରଫରୁ ବିଧବା ଭତ୍ତା ମିଳିଲା ସତ କିନ୍ତୁ ବିଧବା ଭତ୍ତା ଏବଂ ୫ କେଜି ଚାଉଳ ରେ ଚାଲିବା ତାଙ୍କ ପାଇଁ କଷ୍ଟ ସାବ୍ୟସ୍ତ ହୋଇଥିଲା। ବୟସ ଅଧିକା ହେତୁ ଆଉ କୁଲି କାମକୁ ଯାଇପାରିଲାନି, ସ୍ୱାମୀ ର ମୃତ୍ୟୁ ପରେ ଘରକୁ ଆଉ ମରାମତି କରିବାକୁ ସକ୍ଷମ ନ ହେବାରୁ ବର୍ଷା ଦିନେ ଘରେ ପାଣି ଗଳି ଘରର ଅବସ୍ଥା ସମ୍ପୂର୍ଣ ଖରାପ ହୋଇଯିବା ଦେଖି ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡା ଗ୍ରାମର ଏକ ଏନଜିଓ ସଂସ୍ଥା ସଲମାନ ଟ୍ରଷ୍ଟ ନାମକ ଏକ ସଂସ୍ଥା ଦୟା ଦେଖାଇ ୨ଟି ଟିଣ ଶହ କିଛି ଆର୍ଥିକ ସାହାଯ୍ୟରେ ଘରକୁ ମରାମତି କରିଥିଲା, ଆବାସ ଯୋଜନାରେ ଗୋଟିଏ ଘର ପାଇଁ ୱାର୍ଡ ମେମ୍ବର ଠୁ ଆରମ୍ଭ କରି ସରପଞ୍ଚ ଏବଂ ବ୍ଲକ ପ୍ରଶାସନ ପାଖକୁ ଦୌଡି ଦୌଡି ଶେଷରେ ମୁଣ୍ଡରେ ହାତ ଦେଇ ବସିଅଛି ବୃଦ୍ଧା ଜଣକ । ଅନ୍ତତଃ ଜୀବନର ଶେଷ ସମୟରେ ଘରଟିଏ ମିଳିଲେ ଶାନ୍ତିରେ ଶେଷ ନିଶ୍ୱାସ ତ୍ୟାଗ କରିବି ବୋଲି ବୃଦ୍ଧା ଜଣକ କାକୁତି ମିନତୀ ହୋଇ ସରକାରୀ ବାବୁ ମାନଙ୍କ ପାଖରେ ଗୁହାରି କରୁଥିବା ଦେଖାଯାଇଛି। ଏପରି ସ୍ଥଳେ ଗ୍ରାମବାସୀଙ୍କ କହିବା ଅନୁଯାଇ ଘର ଲାଗି ବୃଦ୍ଧା ଜଣକ ବର୍ଷାଦିନ ଆସିଲେ ବହୁତ କଷ୍ଟରେ ଚଳୁଥିବା ଯୋଗୁଁ ପ୍ରଶାସନ ତରଫରୁ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିକ ଯୋଗାଇ ଦେବାକୁ ଅନୁରୋଧ କରନ୍ତି ।



