www.samajalive.in
Saturday, December 6, 2025
19.1 C
Bhubaneswar

କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଜଣେ କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘର ଉପରେ ମଙ୍ଗଳବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ଭୁବନେଶ୍ୱର ଉପକଣ୍ଠ କୋରଡକଣ୍ଟାଠାରେ ଅଙ୍ଗନବାଡି କେନ୍ଦ୍ରରେ ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିବା କବିତା ମଥାନଙ୍କ ଘର ଉପରେ ଭିଜିଲାନ୍ସ ଚଢଉ ଚାଲିଛି। ଏଥିରେ ଭିଜିଲାନ୍ସର ୬ଟି ଦଳ ସାମିଲ ହୋଇଛନ୍ତି। ସେଥିରେ ୧୦ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଆରମ୍ଭ ହୋଇଛି। କବିତାଙ୍କର ବାପଘର କେନ୍ଦ୍ରାପଡା ଜିଲା, ଶାଶୁଘର ଜଗତସିଂହପୁର ଜିଲା ଏବଂ ଖୋର୍ଦ୍ଧା ଜିଲାର ୬ଟି ସ୍ଥାନରେ ଚଢଉ ଚାଲିଛି। ତାଙ୍କ ନାମରେ ୨ଟି ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠାଘର, ଗୋଟିଏ ଏକ ମହଲା କୋଠାଘର, ଗୋଟିଏ ଚାରିଚକିଆ ଗାଡି ଏବଂ ଗୋଟିଏ ଦୁଇଚକିଆ ଗାଡି ଏପର୍ଯ୍ୟନ୍ତ ଜବତ କରାଯାଇଛି। ତେବେ ଚଢଉ ଜାରି ରହିଥିବାରୁ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories