www.samajalive.in
Saturday, December 6, 2025
19.1 C
Bhubaneswar

ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍‌ ଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆଜି ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍‌ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ପିଏସ୍‌ ବିରଞ୍ଚି ସାହୁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ମୋଟ ୬ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ଚଢାଉରେ ଭିଜିଲାନ୍ସର ୪ ଡିଏସପି, ୧୩ ଇନ୍ସପେକ୍ଟର ସାମିଲ ରହିଛନ୍ତି । ୨ଟି ଦୁଇ ମହଲା କୋଠା, ୯ଟି ଜମି ଠାବ କରାଯାଇଥିବା ସହ ସମ୍ପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମଧ୍ୟ ଠାବ ହୋଇଛି । ପିଏସଙ୍କ ଘରୁ ମଧ୍ୟ ବିପୁଳ ଟଙ୍କା ଠାବ କରାଯାଇଥିବା ଜଣାପଡିଛି । ୨ ଥର ବିଦେଶ ଗସ୍ତ ଡକୁ୍ୟମେଣ୍ଟ, ଘରୁ ବିଦେଶୀ ନୋଟ ମଧ୍ୟ ଠାବ କରାଯାଇଛି ।
ଚଢାଉ ନେଇ ଭିଜିଲାନ୍ସ ଏସପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କଟକ, ଭୁବନେଶ୍ୱରରେ ୬ଟି ସ୍ଥାନରେ ଚଢାଉ କରାଯାଉଛି । ବିପୁଳ ପରିମାଣରେ ସୁନା ଏବଂ ଟଙ୍କା ମିଳିବା ସହ ଟଙ୍କା ଗଣା ଜାରି ରହିଛି । ପିଏସଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଏତେ ଟଙ୍କା କେଉଁଠୁ ଆସିଛି ସେନେଇ ତଦନ୍ତ କରାଯାଉଛି । ଚାକିରି ପାଇଁ କୌଣସି ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇଛନ୍ତି କି ନାହିଁ ସେନେଇ ତଦନ୍ତ ହେବା ସହ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଏସପି ଆର. ପ୍ରକାଶ କହିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories