www.samajalive.in
Sunday, December 14, 2025
23.1 C
Bhubaneswar

ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ : ଏକ କୋଟିରୁ ଉର୍ଦ୍ଧ୍ବ ଆୟ ବର୍ହିଭୂତ ସମ୍ପତ୍ତି ଜବତ

ସମ୍ବଲପୁର : ସମ୍ବଲପୁରର ଯୁଯୁମୁରା ବ୍ଲକ ଅର୍ନ୍ତଗତ ନୂଆ ବରଙ୍ଗାମାଳ ଗ୍ରାମଞ୍ଚାୟର ଭିଏଲଡବ୍ଲ୍ୟୁ ତଥା ପଞ୍ଚାୟତ ଏକଜ୍ୟୁକିଟିଭ ଅଧିକାରୀ ସୁଦାମ ଚରଣ ମାଝୀଙ୍କ ବିରୋଧରେ ବ୍ୟାପକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହେବାରୁ ଭିଜିଲାନ୍ସ ବିଭାଗ ଦ୍ୱାରା ତାଙ୍କର ସାକ୍ଷୀପଡା ଘର ତଥା କାର୍ଯ୍ୟାଳୟରେ ବୁଧବାର ଚଢ଼ଉ କରାଯାଇଛି। ଭିଜିଲାନ୍ସ ବିଭାଗ ତରଫରୁ ସକାଳ ସାଢ଼େ ୭ଟାରୁ ଦୁଇଟି ଦଳ ସାକ୍ଷୀପଡା ବ୍ୟାଙ୍କ କଲୋନୀ ସ୍ଥିତ ତିନି ମହଲା ବିଶିଷ୍ଟ ଘର ଓ ନୂଆ ବରଙ୍ଗାମାଳ ସ୍ଥିତ କାର୍ଯ୍ୟାଳୟରେ ଚଢ଼ଉ କରିଛି। ଭିଜିଲାନ୍ସ ତରଫରୁ ମିଳିଥିବା ସୂଚନାନୁଯାୟୀ, ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସମ୍ବଲପୁରଙ୍କ ଦ୍ୱାରା ଜାରି ୱାରେଣ୍ଟ ଅନୁଯାୟୀ ମଣ୍ଡଳ ପକ୍ଷରୁ ଏହି ଚଢ଼ଉ ଅଭିଯାନ କରାଯାଇଥିଲା। ଚଢ଼ଉ ସମୟରେ ସାକ୍ଷୀପଡା ଠାରେ ତିନି ମହଲା ବିଶିଷ୍ଟ କୋଠାଘର ସମେତ ସମ୍ବଲପୁର ଜିଲାର ବଡମାଲ ସମେତ ଅନ୍ୟାନ୍ୟ ଅଞ୍ଚଳରେ ସମୁଦାୟ ୬ଟି ଜମି ଥିବାର ଜଣାପଡିଛି। ଏହି ଜମି ଓ ଘର ଗୁଡିକର ଆନୁମାନିକ ମୂଲ୍ୟ ୭୭ ଲକ୍ଷ ୨୮ ହଜାର ୪୮୮ ଟଙ୍କା ହେବ। ଏତଦବ୍ୟତିତ ଆନୁମାନିକ ୨୭ ଲକ୍ଷ ୧୨ ହଜାର ୭୫୨ ମୂଲ୍ୟର ଦାମିକୀଆ ଆସବାପତ୍ର ସମେତ ସୁନାଗହଣା, ୨ଟି ଟ୍ରକ, ନଗଦ ୪୪ ହଜାର ୫୨୦ ଟଙ୍କା ଏବଂ ବିଭିନ୍ନ ବ୍ୟାଙ୍କ ଓ ଜୀବନ ବୀମା ପଲିସି ଗୁଡିକରେ ଜମା ଥିବା ୧୩ ଲକ୍ଷ ୫୫ ହଜାର ୧୩୫ ଟଙ୍କା ଜବତ କରାଯାଇଛି। ଚଢ଼ଉ ସମୟରେ ଜବତ କରାଯାଇଥିବା ସମୁଦାୟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧ କୋଟି ୧୮ ଲକ୍ଷ ୪୦ ହଜାର ୮୯୫ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି। ଜବତ ହୋଇଥିବା କାଗଜପତ୍ର, ଘର, ଗାଡି, ଗହଣା, ଆସବାପତ୍ର ଆଦିର ପ୍ରକୃତ ମୂଲ୍ୟ ଆକଳନ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ଏସପି ସୂଚନା ପ୍ରଦାନ କରିଛନ୍ତି। ଏହି ଚଢ଼ଉ ସମୟରେ ଡିଏସପି ପରମେଶ୍ୱର କିଷାନ, ସୁଜାତା ପଣ୍ଡା, ଏନ. ମିଞ୍ଜ, ସି. ବିଲୁଙ୍ଗ, ମାନସୀ ଜେନାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ରହିଥିଲେ।

Check alarms every month and replace batteries twice a year. viagra new zeland Don’t smoke inside the house, especially when you’re tired, taking medications that can make you drowsy or in bed.

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories