www.samajalive.in
Friday, December 5, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ, ଡିଏସପି ଅଫିସରେ ଅଟକ

ନବରଙ୍ଗପୁର : ନବରଙ୍ଗପୁର ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ୩ଜଣ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଥିବାବେଳେ ସେମାନଙ୍କର ନିକଟରୁ ୩ଲକ୍ଷ ୯ହଜାର ୪୦୦  ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଆଇଟିଡିଏର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ସମେତ ଦୁଇ  ସହକାରୀ ଯନ୍ତ୍ରୀ  ବି.ଏନ.ବେହେରା  ( ଉମରକୋଟ) ଓ ପି.କେ. ପ୍ରଧାନ(କୋଷାଗୁମୁଡା) ସରକାରୀ ଗାଡିରେ ଗୁରୁବାର ଅପରାହ୍ନରେ ଏହି ଟଙ୍କା ଧରି ଯାଉଥିବାବେଳେ ପାପଡାହାଣ୍ଡି ନିକଟରେ ଭିଜିଲାନ୍ସ ହାବୁଡରେ ପଡିଥିଲେ। କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଦଳ  ଗାଡିକୁ ଅଟକାଇବା ସହ ଗାଡି ଭିତରେଥିବା ଟଙ୍କା ଜବତ କରିବା ସହ ତିନି ଜଣଙ୍କୁ ନବରଙ୍ଗପୁର ଭିଜିଲାନ୍ସ ଡିଏସପି ଅଫିସକୁ ଆଣି ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସେମାନେ ବ୍ୟାଙ୍କର ଟଙ୍କା କହୁଥିବାରୁ  ଆସନ୍ତାକାଲି ଶୁକ୍ରବାର ଦିନ ବ୍ୟାଙ୍କ ଖୋଲିବା ପରେ ଅନୁସନ୍ଧାନ କରାଯାଇ ପରିବର୍ତ୍ତୀ ପଦକ୍ଷେପ ନିଆଯିବବୋଲି ଭିଜିଲାନ୍ସ ଡିଏସପି କଳାବତୀ ବାଘ କହିଛନ୍ତି। ତେବେ ଏତେଟଙ୍କା କେଉଁଠାରୁ ନେଉଁଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ଆଇଟିଡିଏରେ ବ୍ୟାପକ ଦୁର୍ନୀତି ନେଇ  ଅଭିଯୋଗ ରହିଥିଲା। ତେବେ ଏକ ଭିଜିଲାନ୍ସ ଦଳ ଆଇଟିଡିଏ ଅଫିସକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଥିବା ଜଣାପଡିଛି। ତିନିଯନ୍ତ୍ରୀଙ୍କୁ ଆଜି ରାତ୍ର ଭିଜିଲାନ୍ସ ଅଫିସରେ ରଖାଯିବା ସହ ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ  କୋରାପୁଟ ଡିଭିଜନ (ଜୟପୁର)ର ଭିଜିଲାନ୍ସ ଏସପି ଶଶିଶେଖର ମହାପାତ୍ରଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories