www.samajalive.in
Saturday, December 6, 2025
23.1 C
Bhubaneswar

ଉପରାଷ୍ଟ୍ରପତି ଭାବେ ଏମ. ଭେଙ୍କିୟାନାଇଡୁଙ୍କ ୩ ବର୍ଷ : ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ. ଭେଙ୍କିୟାନାଇଡୁ ମଙ୍ଗଳବାର ଉପରାଷ୍ଟ୍ରପତି ଭାବେ ୩ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ଅବସରରେ ‘Connecting, Communicating, Changing’ ନାମକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଶ୍ରୀ ନାଇଡୁଙ୍କର ତିନିବର୍ଷର କାର୍ଯ୍ୟକାଳର ବିସ୍ତୃତ ବିବରଣୀ ରହିଛି।
ଏହି ଅବସରରେ ଉଦ୍‍ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି, ଦେଶର ଉପରାଷ୍ଟ୍ରପତି ଓ ରାଜ୍ୟସଭା ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ
ସମୟରେ ସେ ନେଇଥିବା ବିଭିନ୍ନ ନିଷ୍ପତ୍ତି ଓ ପଦକ୍ଷେପ ଉପରେ ଏହା ହେଉଛି କ୍ରମାନ୍ୱୟରେ ତୃତୀୟ ପୁସ୍ତକ। ସେ କହିଛନ୍ତି କୋଭିଡ-୧୯ ସଂକ୍ରମଣ ପୂର୍ବରୁ ସେ ଗୋଟିଏ ମାସରେ ୨୦ ଥର ସର୍ବସାଧାରଣଙ୍କୁ ଭେଟୁଥିଲେ। ୨୦୧୯ ଅଗଷ୍ଟ ସୁଦ୍ଧା ସେ ପ୍ରାୟ ୭୦ଟିରୁ ଅଧିକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ଓ ୧୪ଟି ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଗତ ମାର୍ଚ୍ଚ ମାସରୁ ଗସ୍ତ ଉପରେ କଟକଣା ଓ ଶାରୀରିକ ଦୂରତା ନିୟମ ଲାଗୁ ହେବା ଯୋଗୁଁ ଲୋକମାନଙ୍କ ସହ ଯୋଗାଯୋଗ ପାଇଁ ସେ ବୈଷୟିକ ଜ୍ଞାନର ସହାୟତା ନେଉଛନ୍ତି।
ସେ କହିଛନ୍ତି, କୃଷକ, ଯୁବସମାଜ, ଛାତ୍ରଛାତ୍ରୀ, ବୈଜ୍ଞାନିକ, ପ୍ରଶାସକ ଓ ସମାଜର ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ସହ ସେ ବାର୍ତ୍ତାଳାପ କରିଛନ୍ତି।
ଏହା ବ୍ୟତୀତ ଉଦ୍ୟୋଗପତି ଓ ପ୍ରବାସୀ ଭାରତୀୟମାନଙ୍କ ସହ ମଧ୍ୟ ତାଙ୍କର ଆଳାପ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ତିନିବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ପତ୍ରରେ ଶ୍ରୀ କୋବିନ୍ଦ କହିଛନ୍ତି, ଦେଶର ଉପରାଷ୍ଟ୍ରପତି ଭାବେ ଶ୍ରୀ ନାଇଡୁ ଅନେକଙ୍କ ପାଇଁ ଆଦର୍ଶର ପ୍ରତୀକ ହୋଇପାରିଛନ୍ତି। ତାଙ୍କର ଜ୍ଞାନ, କର୍ମପ୍ରବଣତା ଓ ବିିଭିନ୍ନ ଜଟିଳ ସମସ୍ୟାର ସମାଧାନ କରିବାର କ୍ଷମତା ପାଇଁ ସେ ଦଳ ନିର୍ବିଶେଷରେ ବିଭିନ୍ନ ବର୍ଗର ନେତାମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories