ସମାଜ ନ୍ୟୁଜ ଡେସ୍କ:: ଆରପାରିରେ ବଲିଉଡର ବିଶିଷ୍ଟ ହାସ୍ୟାଭିନେତା ଅସରାନି । ୮୪ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି ଏହି ମହାନ କଳାକାର । ପ୍ରାୟ ଦୁଇ ଦଶନ୍ଧି ଧରି ବଲିଉଡରେ ରାଜ କରିଥିଲେ । ହାସ୍ୟାଭିନେତା ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଅସରାନିଙ୍କ ପ୍ରକୃତ ନାଁ ଗୋବର୍ଦ୍ଧନ ଅସରାନି ।

୧୯୪୧ ମସିହା ଜାନୁଆରୀ ୧ ରେ ଜନ୍ମ ଗ୍ରହଣ କରିଥିଲେ । ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ବିନୋଦ ଖାନାଙ୍କ ସହ ପ୍ରାୟ ୨୫ଟି ଫିଲ୍ମରେ କରିଥିଲେ ଅଭିନୟ । ‘ଚଲ୍ ମୁରାରୀ ହିରୋ ବନନେ’..ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଲିଡ୍ ରେ ଆସିଥିଲେ ଅସରାନି । କିଛି ଗୁଜୁରାଟୀ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କର ବିୟୋଗରେ ବଲିଉଡ ତଥା ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।




