ନୂଆଦିଲ୍ଲୀ : ସଂସଦର ଅନ୍ତରୀଣ ବଜେଟ ଅଧିବେଶନକୁ ସୁଚାରୁ ରୂପେ ସଂଚାଳନ କରିବା ନିମିତ୍ତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଜାନୁଆରୀ ୩୦େର ସର୍ବଳଦୀୟ ବୈଠକ ଡକାଇଛନ୍ତି। ଅନ୍ୟପଟେ ସଂସଦୀୟ ବ୍ୟାପର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଜାନୁଆରୀ ୩୧ରେ ପୁନଃ ସଂସଦରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଅନ୍ତରୀଣ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ରେ ଶେଷ ହେବ। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନ ପରେ ସରକାର ଗଠନ ହେବା ପରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରାଯିବ। ଚଳିତଥର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁପସ୍ଥିତି କାରଣରୁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ।
୩୦ରେ ସର୍ବଦଳୀୟ ବୈଠକ
Popular Categories



