www.samajalive.in
Thursday, December 11, 2025
16.1 C
Bhubaneswar

୫ପ୍ରତିଶତ ସଂରକ୍ଷଣ ପାଇଁ ଗୁଜ୍ଜରଙ୍କ ଦାବି

ଜୟପୁର : ରାଜସ୍ଥାନର ଗୁଜ୍ଜର ସମ୍ପ୍ରଦାୟ ୫ପ୍ରତିଶତ ସଂରକ୍ଷଣ ଦାବିରେ ସରକାରଙ୍କୁ କଣ୍ଟ ଦେଇଛନ୍ତି। ଆସନ୍ତା ୧୧ ଦିନ ମଧ୍ୟରେ ସେମାନଙ୍କ ପାଇଁ ସଂରକ୍ଷଣ ଘୋଷଣା କରା ନ ଗଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସମ୍ପ୍ରଦାୟର ନେତା କିଓରୀ ସିଂହ ବୈଂଶାଲା ଚେତାବନୀ ଦେଇଛନ୍ତି। ସାୱାଇ ମାଧୋପୁରଠାରେ ଅନୁଷ୍ଠିତ ଗୁଜ୍ଜରମାନଙ୍କ ମହାପଞ୍ଚାୟତରେ ଏହି ଚେତାବନୀ ଦିଆଯାଇଛି। ଅବସରପ୍ରାପ୍ତ ସେନାଧିକାରୀ କିଓରୀଙ୍କ ନେତୃତ୍ବରେ ଅନୁଷ୍ଠିତ ମହାପଞ୍ଚାୟତରେ ହଜାର ହଜାର ସଂଖ୍ୟାରେ ଗୁଜ୍ଜର ଉପସ୍ଥିତ ଥିଲେ। ୨୦୧୮ ଡିସେମ୍ବରରେ ରାଜସ୍ଥାନ ସରକାର ଗୁଜ୍ଜରଙ୍କ ପାଇଁ ୧ ପ୍ରତିଶତ ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୪ପ୍ରତିଶତ ସଂରକ୍ଷଣ ଘୋଷଣା କରିଥିଲେ। ପୂର୍ବରୁ ସେହି ବର୍ଷ ଅକ୍ଟୋବରରେ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପରିମାଣ ୨୧ପ୍ରତିଶତରୁ ୨୬ପ୍ରତିଶତକୁ ବୃଦ୍ଧି ପାଇଁ ବିଧେୟକ ଆଣିଥିଲେ। ଗୁଜ୍ଜର ସମ୍ପ୍ରଦାୟକୁ ଅନ୍ୟ ପଛୁଆ ବର୍ଗ ଅନ୍ତର୍ଭୁକ୍ତ କରିବା ପାଇଁ ଗତ ବର୍ଷ ତୀବ୍ର ଆନ୍ଦୋଳନ କରିବା ପରେ ସରକାର ଏହି ପଦକ୍ଷେପ ନେଇଥିଲେ; କିନ୍ତୁ ସେମାନଙ୍କ ପାଇଁ ୫ପ୍ରତିଶତ ସଂରକ୍ଷଣ ଲାଗୁ କରି ନ ଥିଲେ। ବର୍ତ୍ତମାନର ରାଜ୍ୟର ସଂରକ୍ଷଣ ସ୍ଥିତି ମୋଟ ୫୪ପ୍ରତିଶତ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories