ସଂସ୍କୃତି ରକ୍ଷା ଦିଗରେ ସଂସ୍କୃତ ଭାଷାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ

ବେଦ ବିଦ୍ୟାଳୟରେ ଉପାକର୍ମ ଓ ସଂସ୍କୃତ ଦିବସ

କେନ୍ଦୁଝରଗଡ଼: କେନ୍ଦୁଝର ପୁରୁଣାବଜାର ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପକ୍ଷରୁ ସୋମବାର ଶ୍ରାବଣ ପୂର୍ଣ୍ଣିମା ତିଥି ଓ ପବିତ୍ର ରକ୍ଷାବନ୍ଧନ ଅବସରରେ ଉପାକର୍ମ ଏବଂ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଡ.ବିଜୟ କୁମାର ପାଟ୍ଟଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉପାକର୍ମ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଛାତ୍ରମାନଙ୍କ ପକ୍ଷରୁ ବେଦମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ଶାସ୍ତ୍ରୀୟ ପଦ୍ଧତିରେ ସନାତନ ବୈଦିକ ଧର୍ମ ଓ ସଂସ୍କୃତିର ପରମ୍ପରାକୁ ରକ୍ଷା ପାଇଁ ଶ୍ରାବଣୀ ବିଧି (ଉପାକର୍ମ) ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ବିଶ୍ୱ ସଂସ୍କୃତ ଦିବସ ବିଦ୍ୟାଳୟ ପରିଚାଳନା ସମିତି ସଭାପତି କୈଳାଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ସଦାଶିବ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବଳଦେବଜୀଉ ମନ୍ଦିରର ବଡପଣ୍ଡା ରାଜକିଶୋର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ
ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତି କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚର୍ତୁଭୁଜ ହୋତା, ସମ୍ପାଦକ ନିମାଇଁ ଚରଣ ଦାଶ, ସହସମ୍ପାଦକ ଇଂ ହରମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା, ସଦସ୍ୟ ଜ୍ଞାନରଞ୍ଜନ ମିଶ୍ର, ମଦନମୋନ ଦ୍ୱିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ସହ ସଂସ୍କୃତି ରକ୍ଷା ଦିଗରେ ସଂସ୍କୃତ ଭାଷାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।

ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ମଧୁସୂଦନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର କିଭଳି ବ୍ୟାପକ କରାଯାଇ ପାରିବ ସେ ନେଇ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ସଂସ୍କୃତ ଭାଷାରେ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଶୁଭ୍ରାଂଶୁ ପଣ୍ଡା, ସତ୍ୟବ୍ରତ ମିଶ୍ର ଓ ତ୍ରିନାଥ ମିଶ୍ର ଏବଂ କଣ୍ଠସ୍ଥ ଗୀତା ପାଠ ପ୍ରତିଯୋଗିତାରେ ଅକ୍ଷୟ ଶତପଥୀ, ରାଜା ମିଶ୍ର ଓ ରୁଦ୍ର ନାରାୟଣ ପାଣି ଓ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ହାସଲ କରିଥିବାରୁ ମାନପତ୍ର ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ସଂସ୍କୃତ ଅଭିନୟ ଏକମରେ ଚନ୍ଦ୍ରଶେଖର ଦାଶ, ସତ୍ୟ ଶୁଭମ ମିଶ୍ର ଓ ତ୍ରିନାଥ ମିଶ୍ର ଏବଂ ସଂସ୍କୃତ ଅଭିନୟ ମାତୃଭକ୍ତ ଚାଣକ୍ୟରେ ରୁଦ୍ର ନାରାୟଣ ପାଣି ଓ ଶୁଭ୍ରାଂଶୁ ପଣ୍ଡା, ସଂସ୍କୃତ ସମ୍ଭାଷଣରେ ରୁଦ୍ର ନାରାୟଣ ପାଣି, ସଂସ୍କୃତ କଥପୋକଥନ ବିଷ୍ଣୁପ୍ରସାଦ ପଣ୍ଡା ଓ ସତ୍ୟ ଶୁଭମ ମିଶ୍ର, ସଂସ୍କୃତ ସଙ୍ଗୀତରେ ସତ୍ୟବ୍ରତ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ପଣ୍ଡିତ ସଦାଶିବ ମିଶ୍ର ଓ ରାଜ କିଶୋର ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢ଼ୌକନ ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ଓ ଅଭିଭାବକ ଅଭିଭାବିକା ମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ବେଳେ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ଓ ଶୈକ୍ଷିକ ପରିବେଶ ନେଇ ଅଭିଭାବକ ଖୁସି ବ୍ୟକ୍ତ କରିଥିଲେ। ଶେେରେ ପରିଚାଳନା ସମିତି କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବହୁ ଶୁଭେଛୁଙ୍କ ସମେତ ଆଚାର୍ଯ୍ୟ ଶେଷଦେବ ପାଣିଗ୍ରାହୀ, ଆଶୁତୋଷ ମିଶ୍ର, ସୁଶାନ୍ତ କୁମାର ଆଚାର୍ଯ୍ୟ, ମିଲନ ପେରେଇ, ରୋହିତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.