www.samajalive.in
Sunday, December 7, 2025
16.1 C
Bhubaneswar

ଗୃହର ସୁଖସମୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆମେ ସମସ୍ତେ ସୁନ୍ଦର ଘର ଏବଂ ସୁଖ ଜୀବନ ଚାହିଁଥାଉ। ଏହା ପାଇଁ ଆମେ ବହୁ ଚେଷ୍ଟା ମଧ୍ୟ କରିଥାଉ। କିନ୍ତୁ କିଛି ଛୋଟ ଛୋଟ କଥାକୁ ଆମେ ଅଣଦେଖା କରି ଦେଉ, ଯେଉଁ କାରଣରୁ ଆମ ପରିବାରର ଖୁସି ଦୂର ହୋଇଯାଇଥାଏ। ବାସ୍ତୁ ଅନୁଯାୟୀ ଏହି ଉପାୟ ଗୁଡ଼ିକୁ ଅବଲମ୍ବନ କରି ଆମେ ଗୃହକୁ ସୁଖସମୃଦ୍ଧିରେ ପରିପୂର୍ଣ୍ଣ କରିପାରିବା।
ଘରର ଯେକୌଣସି ଦରଜାରେ ସାମ୍ନା ଅଥବା ପଛରେ କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ଆୟୁ ଉପରେ ଏହାର କୁପ୍ରଭାବ ପଡ଼େ।
ଘରର ଆଖପାଖ ସ୍ଥାନରେ ବୃକ୍ଷ ଲଗାଇଲେ, ଏହା ଖୁବ ଶୁଭ ଫଳ ପ୍ରଦାନ କରିଥାଏ। ପରିବାର ସଦସ୍ୟଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଗୃହରେ କାଠ ନିର୍ମିତ ବସ୍ତୁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଘରେ ସର୍ବଦା ଆନନ୍ଦର ବାତାବରଣ ରହିଥାଏ ।
ଜୋତା ପିନ୍ଧି ଘର ଭିତରକୁ ପ୍ରବେଶ କରିବା ଉଚିତ ନୁହେଁ। ଏହା ଦ୍ୱାରା ଜୋତା ସହ ଘର ଭିତରକୁ ଦିନଯାକର ସମସ୍ତ ଚିନ୍ତା ଓ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ।
ଘରର କୋଣରେ ଶୋଇବା ଘର ହେବା ଆବଶ୍ୟକ। ଶୋଇବା ଘରେ ମାଟିରେ ନିର୍ମିତ ଫୁଲଦାନୀରେ ହଳଦିଆ ରଙ୍ଗର ଫୁଲ ରଖିଲେ , ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।
ଝାଡ଼ୁକୁ ସର୍ବଦା ଘରର କୋଣରେ ଲୁଚାଇ ରଖିବା ଆବଶ୍ୟକ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories