www.samajalive.in
Saturday, December 6, 2025
19.1 C
Bhubaneswar

ନିତିଦିନିଆ କାର୍ୟ୍ୟକଳାପରେ କରୁଥିବା ଏହି ଭୁଲ୍‌ : ଅନେକ ସମସ୍ୟାର କାରଣ

ଧନ ସମ୍ପତ୍ତି ବୃଦ୍ଧି ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ରହିଛି । ଅନେକ ସମୟରେ ଏମିତି ହୁଏ କି, ପରିଶ୍ରମ ତୁଳନାରେ ସଫଳତା ମିଳେନାହିଁ । ଯଦି ଆପଣଙ୍କ ଜୀବନରେ ଏଭଳି କିଛି ସମସ୍ୟା ରହିଛି ତେବେ ଏହାର କାରଣ ନିତିଦିନିଆ ଜୀବନ ଶୈଳୀ ହୋଇପାରେ । ନିତିଦିନିଆ କାର୍ୟ୍ୟକଳାପରେ କରୁଥିବା ଏହି ଭୁଲ୍‌ ପାଇଁ ଦୁର୍ଭାଗ୍ୟ ପିଛା ଛାଡିନଥାଏ ।
ଯେଉଁ ଘରେ ପିତୃପକ୍ଷରେ ପିତୃ ପୁରୁଷଙ୍କୁ ତର୍ପଣ ଅର୍ପଣ କରାଯାଏ ନାହିଁ, ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହା ସହ ପିତୃପୁରୁଷ ମଧ୍ୟ ଅଶାନ୍ତି ହୋଇଥାଆନ୍ତି, ଯାହା ଦ୍ବାରା ଘରେ ସର୍ବଦା ଧନହାନି ହୋଇଥାଏ ।

ଯେଉଁ ଘରେ ଦେବୀ-ଦେବତାଙ୍କ ପୂଜା କରାଯାଏ ନାହିଁ , ଏହା ସହ ଶଙ୍ଖ ଓ ଘଣ୍ଟ ବଜା ଯାଏ ନାହିଁ ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ ।

- Advertisement -

ଯେଉଁ ଘରେ ସୂର୍ୟ୍ୟାସ୍ତ ପୂର୍ବରୁ ଛାଡୁ ଲଗାଯାଏ ସେହି ଘରେ ମାତା ଲକ୍ଷ୍ମୀ ରହିବାକୁ ପସନ୍ଦ କରିଥାଆନ୍ତି । ତେଣୁ ସନ୍ଧ୍ୟା ସମୟରେ ଭୁଲରେ ମଧ୍ୟ ଘରେ ଛାଡୁ କରନ୍ତୁ ନାହିଁ ।
ଯେଉଁ ଘରର ସଦସ୍ୟମାନେ ନଖକୁ ଚୋବାଇ ଖାଇବାର ଅଭ୍ୟାସ ରଖନ୍ତି, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ ।

ଯଦି ରାତିରେ ଅଇଁଠା ବାସନ ପକାଇ ରଖି ସକାଳେ ସଫା କରୁଛନ୍ତି, ତେବେ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ଏପରି କରିବା ଦ୍ବାରା ଧନହାନି ହୋଇଥାଏ ।

ରାତିରେ ଶୋଇବା ପୂର୍ବରୁ ହାତ ଗୋଡ ଧୁଆଧୁଇ ନହେଲେ, ତାହାକୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ।

ଯେଉଁ ଘରେ ଦୀପକୁ ପାଟିରେ ଫୁଙ୍କି ଲିଭାଯାଏ ସେ ଘରେ ମା’ ଲକ୍ଷ୍ମୀ ରୁହନ୍ତି ନାହିଁ ।

ଯଦି ଆପଣ ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଢାଉଛନ୍ତି, ତାହା ଅଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories