www.samajalive.in
Sunday, December 7, 2025
13.1 C
Bhubaneswar

ଦେଶରେ ୨-୩ ମାସ ଟିକା ଅଭାବ ଲାଗିରହିବ: ପୁନାୱାଲା

ନୂଆଦିଲ୍ଲୀ: ଦେଶରେ କୋଭିଡ ପ୍ରତିଷେଧକ ଟିକାର ଅଭାବ ପରିସ୍ଥିତି ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ଲାଗିରହିବ। ଆବଶ୍ୟକତା ଅନୁଯାୟୀ ଅଧିକ ଟିକା ଉତ୍ପାଦନ ପାଇଁ ତାଙ୍କୁ ପୂର୍ବରୁ ପ୍ରସ୍ତାବ ଦିଆଯାଇନଥିବାରୁ ସେ ଟିକା ଉତ୍ପାଦନ କାରଖାନାର କ୍ଷମତା ବୃଦ୍ଧି କରିନାହାନ୍ତି। ସେଥିପାଇଁ ଜୁଲାଇ ପର୍ଯ୍ୟନ୍ତ ଟିକାର ଘୋର ଅଭାବ ପରିସ୍ଥିତି ରହିବ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା।
ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ପୁନାୱାଲା କହିଛନ୍ତି, ଜୁଲାଇ ସୁଦ୍ଧା ତାଙ୍କ କାରଖାନାର ଉତ୍ପାଦନ କ୍ଷମତା ମାସିକ ୧୦୦ ନିୟୁତ ଡୋଜକୁ ବୃଦ୍ଧି କରାଯିବ। ସଂପ୍ରତି ଏହା ମାସକୁ ୬୦-୭୦ ନିୟୁତ ଡୋଜ ରହିଛି। ପୂର୍ବରୁ ଏଥିପାଇଁ କେହି ବରାଦ ଦେଇନଥିଲେ। କମ୍ପାନୀ ମଧ୍ୟ କେବେ ଭାବିନଥିଲା ଯେ ଏହାକୁ ବାର୍ଷିକ ୧୦୦ କୋଟି ଡୋଜରୁ ଅଧିକ ଟିକା ଉତ୍ପାଦନ କରିବାକୁ ପଡିବ।
ଲଣ୍ଡନସ୍ଥିତ ଫାଇନାନ୍‍ସିଆଲ ଟାଇମ୍ସ ନିକଟରେ ପ୍ରକାଶ କରି ପୁନାୱାଲା କହିଛନ୍ତି, ଭାରତରେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇ ଏତେ ଭୟଙ୍କର ରୂପ ନେବ ବୋଲି କେହି ଭାବିନଥିଲେ। ସମେସ୍ତ ମନେକରିଥିଲେ ଯେ ଦେଶରେ କରୋନା ମହାମାରୀର ଅନ୍ତ ଘଟିଛି। କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କ ପାଇଁ କୋଭିଡ ଟିକା ଉନ୍ମୁକ୍ତ କରିବା ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଗତ ମାସରେ ଏହାକୁ ୩ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ କରିବାକୁ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହୋଇଛି। ଭାରତରେ ଉକ୍ତ ଟିକା କୋଭିସିଲ୍ଡ ନାମରେ ଆବଣ୍ଟନ କରାଯାଉଛି। ସେରମ ଏପର୍ଯ୍ୟନ୍ତ ଯେତେ ଟିକା ଉତ୍ପାଦନ କରିଛି ତାହା ମୁଖ୍ୟତଃ କେନ୍ଦ୍ର ସରକାର କ୍ରୟକରି ରାଜ୍ୟଗୁଡିକୁ ଯୋଗାଇ ଦେଇଛନ୍ତି। ତେବେ ଚଳିତ ମାସରୁ କମ୍ପାନୀ ସିଧାସଳଖ ରାଜ୍ୟ ଓ ଘରୋଇ ଡାକ୍ତରଖାନାଗୁଡିକୁ ମଧ୍ୟ ଏହି ଟିକା ବିକ୍ରି କରିପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories