www.samajalive.in
Saturday, December 6, 2025
19.1 C
Bhubaneswar

୧୮ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ଟିକା ଖୁବ୍ ଶୀଘ୍ର

ଦେଶରେ ୧୮ ବର୍ଷ ବୟସରୁ କମ୍ ପିଲାମାନେ ଶୀଘ୍ର କରୋନା ଟିକା ନେଇ ପାଇବେ ବୋଲି ଆଶା କରାଯାଉଛି।  ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ଲୋଡିଛି। କମ୍ପାନୀ ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରିବ। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ପାଇଁ ପ୍ରସ୍ତୁତ ଟିକାର ମାନବ ଫଳାଫଳର ପରବର୍ତ୍ତୀ ପର୍ଯ୍ୟାୟ ରିପୋର୍ଟ ଖୁବ ଶୀଘ୍ର ଆସିଯିବ।

ଯଦି ସବୁ ଠିକଠାକ୍ ହୁଏ, ପିଲାମାନେ ଶୀଘ୍ର କରୋନା ଟିକା ପାଇପାରିବେ। ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ମଧ୍ୟ କିଛି ଦିନ ପୂର୍ବରୁ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ଭାରତ ବାୟୋଟେକର କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣର ଫଳାଫଳ ସେପ୍ଟେମ୍ବର ସୁଦ୍ଧା ଶେଷ ଜଣାପଡିବ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories