www.samajalive.in
Saturday, December 6, 2025
19.1 C
Bhubaneswar

ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ ରହୁ ଆପତ୍ତି ନାହିଁ, କିନ୍ତୁ ମୋଦିଙ୍କ ମଧ୍ୟ ଫଟୋ ରହୁ-କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ଆଜିଠାରୁ କ୍ୟାମ୍ପେନ ମୋଡ଼ରେ ଟିକାକରଣ ଆରମ୍ଭ ହୋଇଛି। ତେବେ ରାଜ୍ୟର କିଛି ସ୍ଥାନରେ ବିଭ୍ରାଟ। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ଥିବାରୁ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବାରୁ ବାଲେଶ୍ବର, ଜୟପୁର, ଅନୁଗୁଳ, ରାୟଗଡ଼ାରେ ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ପ୍ରଧାନମନ୍ତ୍ରଙ୍କ ଫଟୋ ବାଦ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ବିଜେପି କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ବର ଗାନ୍ଧି ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀ ହୋହଲା କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ବିଜେପି କର୍ମୀ ପ୍ରତିବାଦ କରିବା ସହିତ ଉଦ୍‌ଘାଟନ ପୂର୍ବରୁ ରିବନ ଛିଣ୍ଡାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇଛନ୍ତି।


ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ରହିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ହଡ଼ପ କରି ନିଜ ନାଁରେ ନେଉଛି। କେନ୍ଦ୍ରୀୟ ଯୋଜନା ହଡ଼ପ ଓ ଅପପ୍ରଚାର କରି ଭୋଟ ନେବାକୁ ହୀନ ଚକ୍ରାନ୍ତ। ଏ ହୀନମଣ୍ୟତାକୁ ଲୋକେ କେବେହେଲେ ବରଦାସ୍ତ କରିବେ ନାହିଁ। ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ ରହୁ ଆପତ୍ତି ନାହିଁ, କିନ୍ତୁ ମୋଦିଙ୍କ ମଧ୍ୟ ଫଟୋ ରହୁ। ନବୀନଙ୍କ ସଦ୍‌ବୁଦ୍ଧି ହେଉ, ଏମିତି ହୀନମଣ୍ୟତା ପ୍ରକାଶ ନ କରନ୍ତୁ। ଏ ସମ୍ପର୍କରେ ମୁଁ କେନ୍ଦ୍ର ଓ ନବୀନ ବାବୁଙ୍କୁ ଚିଠି ଲେଖି ଜଣାଇବି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories