www.samajalive.in
Saturday, December 13, 2025
26.1 C
Bhubaneswar

ଉଜବେକିସ୍ଥାନ – ଭାରତ ମିଳିତ ସମରାଭ୍ୟାସ ଆରମ୍ଭ

ଭାରତ ଉଜବେକିସ୍ଥାନ ମିଳିତ ସମରାଭ୍ୟାସ ‘ଡଷ୍ଟଲିକ୍‍ ଟୁ’ ଉତ୍ତରାଖଣ୍ଡର ରାନୀକ୍ଷେତଠାରେ ଆରମ୍ଭ ହୋଇଛି। ଉଭୟ ସେନାର ଦ୍ୱିପକ୍ଷ ମିଳିତ ବାର୍ଷିକ ସମାରାଭ୍ୟାସର ଏହି ହେଉଛି ଦ୍ୱିତୀୟ ସଂସ୍କରଣ। ଏହା ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଉଭୟ ଦେଶର ୪୫ଜଣ ଲେଖାଏଁ ଯବାନ ଭାଗ ନେଇଛନ୍ତି। ଏହି ଅବସରରେ ମିଳିତ ଜାତିସଂଘର ନିୟମାବଳୀ ଅନୁଯାୟୀ ସହରାଞ୍ଚଳ, ଗ୍ରାମାଞ୍ଚଳ ବା ପାର୍ବତ୍ୟାଞ୍ଚଳରେ ସନ୍ତ୍ରାସବାଦକୁ ପ୍ରତିହତ କରିବା ଦିଗରେ ଉଭୟପକ୍ଷ ନିଜ ନିଜର ଦକ୍ଷତା ଏବଂ ଅନୁଭୂତି ବିନିମୟ କରିବେ।

ଏହି ସମରାଭ୍ୟାସର ପ୍ରଥମ ସଂସ୍କରଣ ୨୦୧୯ମସିହା ନଭେମ୍ବର ମାସରେ ଉଜବେକିସ୍ଥାନରେ ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ମିଳିତ ସମରାଭ୍ୟାସ ଦ୍ୱାରା ଉଭୟ ଦେଶ ମଧ୍ୟରେ କୂଟନୈତିକ ତଥା ସାମରିକ ସମ୍ପର୍କ ଅଧିକ ଦୃଢୀଭୂତ ହୋଇପାରିବ। ଏହାଛଡା ସନ୍ତ୍ରାସବାଦକୁ ପ୍ରତିହତ କରିବା ଦିଗରେ ଉଭୟପକ୍ଷଙ୍କ ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories