www.samajalive.in
Thursday, December 11, 2025
13.1 C
Bhubaneswar

ଉତ୍ତରାଖଣ୍ଡ ଟନେଲ ଭୁଶୁଡ଼ିବା ଘଟଣା : ରିଲିଫ୍‌‌ ଓ ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍‌‌କୟାରା ଟନେଲ୍‌‌ ଭୁଶୁଡ଼ି ପଡ଼ିବା ଘଟଣାରେ ଆଜି ଦ୍ୱିତୀୟ ଦିନ ପାଇଁ ରିଲିଫ୍‌‌ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରକାଶୀ ଜିଲ୍ଲାପାଳ ଅଭିଷେକ ରୁହେଲା
କହିଛନ୍ତି, ଟନେଲ୍‌‌ରୁ ଭାଙ୍ଗିପଡ଼ିଥିବା ଅଂଶକୁ ହଟାଇବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ଟନେଲ୍‌‌ରେ ଫଶି ରହିଥିବା ଶ୍ରମିକମାନେ ସୁରକ୍ଷିତ ଓ ନିରାପଦ ଅଛନ୍ତି ଏବଂ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଏବଂ ପାଇପ୍‌‌ ଯୋଗେ ଅମ୍ଳଜାନ ଯୋଗାଇ ଦିଆଯାଉଛି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍‌‌ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଉଦ୍ଧାରକାର୍ଯ୍ୟ ଲାଗି ସମସ୍ତ ସହାୟତା ଯୋଗାଇଦେବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଟନେଲରେ ଫଶି ରହିଥିବା ଲୋକମାନଙ୍କ ଜୀବନ ବଞ୍ଚାଇବା ନିମନ୍ତେ
ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଫଶି ରହିଥିବା ପ୍ରାୟ ୪୦ ଜଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ସମେତ ଅନେକ ସଂସ୍ଥା ଏବଂ ବିଶେଷଜ୍ଞ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଟନେଲ୍‌‌ ଭିତରେ ରହିଯାଇଥିବା ଶ୍ରମିକମାନେ ମୁଖ୍ୟତଃ ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର । ସୂଚନାଯୋଗ୍ୟ, ରବିବାର ଭୂସ୍ଖଳନ ଯୋଗୁଁ ଟନେଲ୍‌‌ର ଏକ ଅଂଶ
ଭାଙ୍ଗି ପଡ଼ିବାରୁ ୪୦ ଜଣ ଶ୍ରମିକ ୧୫୦ ମିଟର ତଳେ ଫଶି ରହିଛନ୍ତି । ସବୁଦିନିଆ ଯାତାୟତ ରାସ୍ତା ପାଇଁ ଋଷିକେଶ-ଯମୁନେତ୍ରୀ ଜାତୀୟ ରାଜପଥରେ ଏହି ଟନେଲ୍‌‌ ନିର୍ମାଣ ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories