ରେଙ୍ଗାଲିକ୍ୟାମ୍ପ: ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସରଳତାର ସୁଯୋଗ ନେଇ ବର୍ତ୍ତମାନ ସାଇବର ଠକେଇ ବଢିବାରେ ଲାଗିଛି । ତେଣୁ ଅତାବିରା ଥାନାର ଆମ ପୁଲିସ ସମିତି ପକ୍ଷରୁ ପାହାଡ଼ଶ୍ରୀଗିଡା ଗ୍ରାମର ଜନାର୍ଦ୍ଦନ ସିଂହ କଲ୍ୟାଣ ମଣ୍ଡପଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଅଧ୍ୟକ୍ଷତା କରିବା ସହ ଅନଲାଇନ ଠକାମୀରୁ ଦୂରେଇ ରହିବା, ସୋସିଆଲ ମିଡିଆ ବ୍ୟବହାର ସମୟରେ ସତର୍କ ରହିବା, ଆର୍ଥିକ କାରବାରକୁ ଠିକ ଭାବେ ପରିଚାଳନା କରିବା ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ପୁଲିସ ସହାୟତା ନମ୍ବରକୁ ସୂଚିତ କରିଥିଲେ। ସରପଞ୍ଚ ଗୀତାଞ୍ଜଳୀ ପ୍ରଧାନ, ଜମିଦାର ପୁରୋଷୋତ୍ତମ ସିଂ ତଥା ଗ୍ରାମର ଜୀତେନ୍ଦ୍ରିୟ ମେହେର, ମିଳନ ସେଟ, ବୁଦ୍ଧଦେବ ନନ୍ଦ ମଞ୍ଚାସିନ ରହି ନିଜ ନିଜର ମତ ପ୍ରକାଶ କରିଥିଲେ। ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏସଆଇ ସୌମ୍ୟରଞ୍ଜନ ପାତ୍ର, ଏଏସଆଇ ଲଳିତ ନାଗ, ଯୁଗଳ କିଶୋର ତାଣ୍ଡି ପ୍ରମୁଖ ପୁଲିସ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



