www.samajalive.in
Wednesday, December 10, 2025
18.1 C
Bhubaneswar

ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ଅପପ୍ରଚାର, ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ବର: ଇନଫୋସିଟି ଥାନା ପୁଲିସ ପକ୍ଷରୁ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରାଯାଇଛି। ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି। ଯୁବ ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିବାଦ ପଛରେ ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।

ମୌସୁମୀ ଓଡ଼ିଶୀ ନୃତ୍ୟ ଶିଖାଇଥିବାରୁ ବନସ୍ମିତାଙ୍କ ସହ ତାଙ୍କର ଗୁରୁଶିଷ୍ୟା ସମ୍ପର୍କ ରହିଥିଲା। ବନସ୍ମିତାଙ୍କୁ ବିଭିନ୍ନ ଆଳ ଦେଖାଇ ମୌସୁମୀ ତାଙ୍କଠାରୁ ଟଙ୍କା ଧାର ନେଇଥିବାବେଳେ ତାହା ନ ଫେରାଇବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗିରଫ ପରେ ମୌସୁମୀଙ୍କୁ ଇନଫୋସିଟି ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ପୁଲିସ ଛାନଭିନ ପରେ ମୌସୁମୀ ସତ ମାନିଥିବା କୁହାଯାଇଛି। ତାଙ୍କ ଆକାଉଣ୍ଟ ଯାଞ୍ଚ ପରେ କୋଲକାତା ଓ ଦୁବାଇ ଲିଙ୍କ ଥିବା ସାମ୍ନାକୁ ଆସିଛି। ଅନେକ ବେଆଇନ୍ ଅର୍ଥ କାରବାରର ତଥ୍ୟ ମୌସୁମୀ ଦେଇପାରୁନଥିବା ସୂଚନା ରହିଛି। ମୌସୁମୀ ଦୀର୍ଘଦିନ ହେବ ପୁଲିସ ଠାରୁ ଲୁଚୁଥିବା ନେଇ ଅଭିଯୋଗ ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories