www.samajalive.in
Monday, December 8, 2025
16.1 C
Bhubaneswar

‘ଉତ୍କଳମଣିଙ୍କ କର୍ମପୀଠ ପୁଣ୍ୟ ସତ୍ୟବାଦୀ ଓଡ଼ିଆ ଜାତିର ମହାତୀର୍ଥ’ : କର୍ମପୀଠ ସତ୍ୟବାଦୀରେ ଉତ୍କଳମଣିଙ୍କ ଜୟନ୍ତୀ ପାଳନ

ସାକ୍ଷୀଗୋପାଳ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମପୀଠ ସତ୍ୟବାଦୀରେ ଉତ୍କଳମଣିଙ୍କର ୧୪୪ ତମ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି । ଲୋକସେବକ ଯୁବ ମଣ୍ଡଳ ଓ ‘ସମାଜ’ ରିଲିଫ କମିଟି ପକ୍ଷରୁ ଶନିବାର ପ୍ରତ୍ୟୁଷରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଲୋକସେବକ ମଣ୍ଡଳର ରାଷ୍ଟ୍ରୀ ଉପାଧ୍ୟକ୍ଷ, ‘ସମାଜ’ର ପ୍ରକାଶକ, ମୁଦ୍ରାକର ଏବଂ କାଦୁଆ ଆଶ୍ରମର ସଭାପତି ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଓ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ. ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର ଉପମୁଖ୍ୟ ସହ ସମ୍ପାଦକ ମମତା ବିଶୋୟୀ, ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, କାଦୁଆ ଆଶ୍ରମର ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ‘ସମାଜ’ ରିଲିଫ କମିଟି ତରଫରୁ ସୌଭାଗ୍ୟ ଜେନା, ଭବାନୀ ପ୍ରସାଦ ମିଶ୍ର, ଶ୍ୱେତକାନ୍ତ ବେହେରା, ପ୍ରଭାସ କୁମାର ମହାପାତ୍ର, ଅମୀୟ କୁମାର ସାହୁ, ବଳରାମ ଜାଲି, ପ୍ରତାପ ସ୍ୱାଇଁ, ଶରତ ଚନ୍ଦ୍ର ଶତପଥିଙ୍କ ସମେତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏକ ପଦଯାତ୍ରାରେ ଉତ୍କଳମଣିଙ୍କ କର୍ମପୀଠ କାଦୁଆ ଆଶ୍ରମରେ ପହଞ୍ଚିଥିଲେ । କାଦୁଆ ଆଶ୍ରମ ପରିସରରେ ନିରଞ୍ଜନ ରଥ ଏବଂ ଡଃ. ପ୍ରଭାସ ଆଚାର୍ଯ୍ୟ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ଏକ ଆଲୋଚନାକ୍ରରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀ ଉପାଧ୍ୟକ୍ଷ, ‘ସମାଜ’ର ପ୍ରକାଶକ, ମୁଦ୍ରାକର ଏବଂ କାଦୁଆ ଆଶ୍ରମର ସଭାପତି ନିରଞ୍ଜନ ରଥ କହିଥିଲେ ଯେ, ଉତ୍କଳମଣିଙ୍କ କର୍ମପୀଠ ପୁଣ୍ୟ ସତ୍ୟବାଦୀ ଓଡ଼ିଆ ଜାତିର ମହାତୀର୍ଥ । ‘ସମାଜ’ର ପୂର୍ବତନ ଦିବଙ୍ଗତ କାର୍ଯ୍ୟକାରୀ ସମ୍ପାଦିକା ଡଃ. ମନୋରମା ମହାପାତ୍ରଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ସେ ଏହି ପଦଯାତ୍ରା ଆରମ୍ଭ କରିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଓ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ. ପ୍ରଭାସ ଆଚାର୍ଯ୍ୟ କହିଲେ ଯେ, କାଦୁଆ ଆଶ୍ରମର ନବୀକରଣ ଏବଂ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଏହି ଆଶ୍ରମରେ କୁଟୀର ଶିଳ୍ପ କାର୍ଯ୍ୟକ୍ରମ ଆରମ୍ଭ ହେବ । କାଦୁଆ ଆଶ୍ରମର ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ସ୍ୱାଗତ ଭାଷଣ, ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ସାକ୍ଷୀଗୋପାଳ କଲେଜ ଛକ ନିକଟରୁ ମା ରୁଦ୍ରାୟାଣି ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ପଦଯାତ୍ରୀମାନଙ୍କୁ କାଦୁଆ ଆଶ୍ରମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । କାଦୁଆ ଆଶ୍ରମର କର୍ମଚାରୀ ଜଗନ୍ନାଥ ବାରିକ, ମନମୋହନ ମୁଦୁଲି ଏବଂ ସାକ୍ଷୀଗୋପାଳର ‘ସମାଜ’ ପ୍ରତିନିଧି ଅଭିଷେକ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories