www.samajalive.in
Thursday, December 11, 2025
15.1 C
Bhubaneswar

ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ

ରେଙ୍ଗାଲି :  ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦୁର୍ଗା ମଣ୍ଡପ ସ୍ଥିତ କାର୍ଯ୍ୟାଳୟରେ ଶନିବାର ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ଦୁର୍ଯ୍ୟୋଧନ ଗର୍ଡିଆଙ୍କ ସଭାପତିତ୍ବ  ଏବଂ ପରିଷଦ ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍କଳର ବରେଣ୍ୟ ବରପୁତ୍ର ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଗଙ୍ଗାଧର ମେହରଙ୍କ ଭଳି ପ୍ରମୁଖ  ମମହାପୁରୁଷଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରି ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରଯାଇ ବନ୍ଦେ  ଉତ୍କଳ ଜନନୀ ସଂଗୀତ ସାମୁହିକ ଭାବେ ଗାନ କରଯାଇଥିଲା। ବକ୍ତା ମାନେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା  ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜିବୀ ବୃନ୍ଦାବନ ସାହୁ, ଉଦୟଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ସାହୁ, ପୀତବାସ ତାଣ୍ଡକାର, ସାଲେଗ୍ରାମ ସାହୁ, ବନମାଳୀ ତ୍ରିପାଠୀ, ସୁବାସ ସିଂହ, ବିହାରୀ କୁମୁରା,ବିରଞ୍ଚି ବିଶ୍ୱାଳ ନାରୟଣ ଓରାମ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ସହ ସମ୍ପାଦକ ସୁବନ୍ ଚାନ୍ଦ  ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories