www.samajalive.in
Tuesday, December 9, 2025
16.1 C
Bhubaneswar

ଦର୍ପଣ ସହ ଜଡ଼ିତ କେତୋଟି କଥା

ପ୍ରାୟତଃ ପ୍ରତ୍ୟେକ ଦିନ ଆମେ ଦର୍ପଣ ବ୍ୟବହାର କରିଥାଆନ୍ତି। ବିଶେଷ କରି ମହିଳାମାନଙ୍କର ଏହା ଏକ ପ୍ରିୟ ବନ୍ଧୁ କହିଲେ ଅତ୍ୟୁକ୍ତି ହେବନାହିଁ। ଦର୍ପଣରେ ଯାହା ଦିଶେ ତାହା ସ୍ୱଚ୍ଛ ଆଉ ଅବିକଳ, ତେଣୁ ଏଥିରେ ମିଛର ଅବକାଶ ନାହିଁ। ହେଲେ ଜାଣିଛନ୍ତି କି, ଏହି ଦର୍ପଣକୁ ନେଇ ବାସ୍ତୁଶାସ୍ତ୍ର କ’ଣ କୁହେ?

ଦର୍ପଣର ଅବସ୍ଥିତି ଓ ଫ୍ରେମ୍ ର ରଙ୍ଗ ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ତେଣୁ ଘରେ ଦର୍ପଣ ରଖିବା ବେଳେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ –

- Advertisement -

ଭଙ୍ଗା ଦର୍ପଣ ରଖନ୍ତୁ ନାହିଁ – ଭଙ୍ଗା ଦର୍ପଣରେ ମୁହଁ ଦେଖିଲେ ଆପଣଙ୍କ ଶରୀର ଏବଂ ମୁହଁ ବିକୃତ ଓ ଭଗ୍ନ ଦେଖାଯାଏ। ଯାହା ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ଏଭଳି ଭଙ୍ଗା ଦର୍ପଣ ଯେଭଳି ସାମ୍ନାରେ ନ ପଡେ।

ଓଜନିଆ ଓ ଛୋଟ ଦର୍ପଣ ରଖନ୍ତୁ ନାହିଁ – ଘରେ ରଖାଯାଉଥିବା ଦର୍ପଣ ଓଜନିଆ ହେବା ଭଲ ନୁହେଁ। ଏଣୁ ଘରକୁ ଆଇନା କିଣି ଆଣୁଥିଲେ ହାଲକା ଓ ବଡ଼ ଦର୍ପଣ ଆଣନ୍ତୁ। ଯେଉଁଥିରେ ଆପଣଙ୍କ ସମ୍ପୁର୍ଣ୍ଣ ଶରୀର ପ୍ରତିଫଳିତ ହେବ।

ଦର୍ପଣ ଫ୍ରେମ୍ ର ରଙ୍ଗ – ନାଲି, ନାରଙ୍ଗୀ କିମ୍ବା ଗୋଲାପୀ ରଙ୍ଗର ଦର୍ପଣ ଫ୍ରେମ୍ ଆଦୌ ରଖନ୍ତୁ ନାହିଁ। ଧଳା, ନୀଳ କିମ୍ବା କାଠ ରଙ୍ଗର ଫ୍ରେମ୍ ଦର୍ପଣ ପାଇଁ ବ୍ୟବହାର କରନ୍ତୁ। ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ।

ଯୋଡା ହୋଇଥିବା ଦର୍ପଣ – ଛୋଟ ଛୋଟ ଦର୍ପଣକୁ ଯୋଡି ଗୋଟିଏ କରି ଘରେ ରଖିବା ଆଦୌ ଭଲ ନୁହେଁ। ଆଜିକାଲି ଘର ସୁନ୍ଦର ଦେଖାଯିବା ପାଇଁ ଏପରି କରାଯାଉଥିଲେ ମଧ୍ୟ ଏଭଳି କରିବା ଆଦୌ ଉଚିତ ନୁହେଁ। ଏହା ଆପଣଙ୍କ ପରିବାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories