ୱାଶିଂଟନ ଡିସି,୩୧ା୭: ବୁଧବାର ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବା ପରେ ଆମେରିକା ଅର୍ଦ୍ଧନିର୍ମିତ ତମ୍ବା ଓ ତମ୍ବା ଆଧାରିତ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ କରିଛି। ଏହା ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ତେବେ ଭାରତରୁ ଆମେରିକାକୁ ତମ୍ବା ରପ୍ତାନି କ୍ଷେତ୍ରରେ ଏହାର ସୀମିତ ପ୍ରଭାବ ପଡ଼ିବ।
ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ; ଆମେରିକାକୁ ତମ୍ବା ଆମଦାନୀ ଏପରି ସ୍ତରରେ ଅଛି ଯାହା ଆମେରିକାର ଜାତୀୟ ସୁରକ୍ଷାକୁ ବିପଦରେ ପକାଇପାରେ। ଅର୍ଦ୍ଧ ନିର୍ମିତ ତମ୍ବା ଉତ୍ପାଦ ଏବଂ ସମସ୍ତ ତମ୍ବା ଉତ୍ପାଦର ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହି ଶୁଳ୍କ ଅଗଷ୍ଟ ୧ରୁ ଲାଗୁ ହେବ। ୨୦୨୫ ଆର୍ଥିକ ବର୍ଷରେ ଭାରତ ୩୬୦ ନିୟୁତ ଡଲାର ମୂଲ୍ୟର ତମ୍ବା ଆମେରିକାକୁ ରପ୍ତାନି କରିଥିଲା। ବର୍ତ୍ତମାନ ଆମେରିକା ଶୁଳ୍କ ବୃଦ୍ଧି କରିବା ପରେ ଭାରତରୁ ତମ୍ବା ଆମଦାନୀ ମହଙ୍ଗା ହେବ। ଜାପାନ ଓ ୟୁରୋପୀୟ ସଂଘ ସହଯୋଗୀ ଦେଶ ସମେତ ସମସ୍ତ ଦେଶ ପାଇଁ ସମାନ ଶୁଳ୍କ ଲାଗୁ ହେବ। ତେଣୁ ଅନ୍ୟମାନଙ୍କ ତୁଳନାରେ ଭାରତ କୌଣସି ନିର୍ଦ୍ଦିଷ୍ଟ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ନାହିଁ। ଭାରତ ମୁଖ୍ୟତଃ ତମ୍ବା ଆମଦାନୀ କରେ। ୨୦୨୪-୨୫ରେ ଭାରତ ୧୪.୪୫ ବିଲିୟନ ଡଲାର ମୂଲ୍ୟର ତମ୍ବା ଆମଦାନୀ କରିଥିଲା। ତେଣୁ ଭାରତର ରପ୍ତାନି ଅପେକ୍ଷା ଆମଦାନୀ ଅଧିକ। ତେଣୁ ଏହି ଶୁଳ୍କ ବୃଦ୍ଧି ଦ୍ବାରା ଭାରତ ସୀମିତ ପରିମାଣରେ ପ୍ରଭାବିତ ହେବ।
ତମ୍ବା ଆମଦାନୀ ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା
Popular Categories



