www.samajalive.in
Sunday, December 7, 2025
23.1 C
Bhubaneswar

ଆଜିଠାରୁ ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନି ଶାସନ; ରାତି ଅଧରେ ଛାଡି ପଳାଇଲା ଆମେରିକା

କାବୁଲ: ତାଲିବାନ ଦେଇଥିବା ସମୟ ପୂର୍ବରୁ ଆମେରିକା ନିଜର ସୈନ୍ୟମାନଙ୍କୁ କାବୁଲ ବିମାନ ବନ୍ଦରରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିନେଇଛି। ମଙ୍ଗଳବାର ଆମେରିକା ଆଫଗାନିସ୍ତାନ ଛାଡିବାକୁ ଦୋହାଠାରେ ତାଲିବାନ ସହିତ ଆଲୋଚନା କାଳରେ ରାଜି ହୋଇଥିବାବେଳେ ସେହି ସମୟ ସୁଦ୍ଧା ଦେଶ ଛାଡିବାକୁ ତାଲିବାନ ଆତଙ୍କି ଗୋଷ୍ଠୀ ଆମେରିକାକୁ ଚେତାବନୀ ଦେଇଥିଲେ। ତାହା ନହେଲେ ପରିସ୍ଥିତି ଭୟଙ୍କର ହେବାନେଇ ଧମକ ମଧ୍ୟ ଦେଇଥିଲେ। ତାଲିବାନ ଚାପରେ ମୁଣ୍ଡ ନୁଆଁଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ଦାବି କରୁଥିବା ଆମେରିକା ସୋମବାର ରାତି ପ୍ରାୟ ଗୋଟାଏରେ କାବୁଲ ବିମାନ ବନ୍ଦରକୁ ଖାଲି କରିଦେଇଛି। ଏଥିସହିତ ଆଫଗାନିସ୍ତାନରେ ବାକି ରହିଯାଇଥିବା କାବୁଲ ବିମାନ ବନ୍ଦର ଏବେ ତାଲିବାନ ଦଖଲକୁ ଆସିଛି। ମଙ୍ଗଳବାର ସକାଳୁ ତାଲିବାନ ଆତଙ୍କିମାନେ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରି ତାହାକୁ ଦଖଲକୁ ନେଇଛନ୍ତି। ଏଥିସହିତ ମଙ୍ଗଳବାର ଠାରୁ ସମୁଦାୟ ଆଫଗାନିସ୍ତାନରେ ତାଲିବାନ ଆତଙ୍କିଙ୍କ ଶାସନ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ତାଲିବାନ ଆତଙ୍କି ଗୋଷ୍ଠୀ ଦ୍ୱିତୀୟ ଥର ପାଇଁ ଅସ୍ତ୍ରଶସ୍ତ୍ର ବଳରେ ଆଫଗାନିସ୍ତାନରେ ଶାସନ କ୍ଷମତା ନିଜ ଦଖଲକୁ ନେଇଛନ୍ତି। ଇତିମଧ୍ୟରେ ତାଲିବାନ ଗୋଷ୍ଠୀ ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା ଖବର ମଧ୍ୟ ହସ୍ତଗତ ହୋଇଛି। ତାଲିବାନକୁ ଆମେରିକାର ଏଭଳି ଭୟ ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଦେଇଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ମଙ୍ଗଳବାର ଠାରୁ ଆଫଗାନିସ୍ତାନକୁ ନେଇ ଆମେରିକାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆଫଗାନ ପ୍ରସଙ୍ଗରୁ ଆମେରିକା ଅନେକ କିଛି ଶିଖିବାକୁ ହେବ ଏବଂ ଭବିଷ୍ୟତରେ କିଭଳି ଜାତୀୟ ନିରାପତ୍ତା ଏବଂ ବୈଦେଶିକ ନୀତି ଅବଲମ୍ବନ କରାଯିବ ତାହା ମଧ୍ୟ ଏହା ଆଧାରରେ କରାଯିବ। ତେବେ ଆଫଗାନିସ୍ତାନରେ ଆମେରିକାର କାର୍ଯ୍ୟ ଜାରି ରହିବ। ଆମେରିକାର ସାମରିକ ଅଭିଯାନ ଶେଷ ହେବାପରେ ଏବେ ଏକ ନୂଆ କୁଟନୈତିକ ଅଭିଯାନ ଆରମ୍ଭ ହୋଇଛି। ଏହା ଆଫଗାନିସ୍ତାନରୁ ନିଜର କୂଟନୈତିକ କାର୍ଯ୍ୟକଳାପ ମଧ୍ୟ କାତାରକୁ ସ୍ଥାନାନ୍ତରିତ କରିଛି। ଏଣିକି ଆମେରିକା ସରକାରୀ ସ୍ତରରେ ନୁହେଁ, ବରଂ ସାଙ୍ଗଠନିକ ସ୍ତରରେ ଆଫଗାନିସ୍ତାନରେ ନିଜର ସହାୟତା ଜାରି ରଖିବ। ଏହି ଅବସରରେ ସେ ତାଲିବାନ ଗୋଷ୍ଠୀକୁ କହିଛନ୍ତି ଯେ ସେମାନେ ମଧ୍ୟ ନିଜ କଥା ବଜାୟ ରଖିବାକୁ ହେବ। ସେମାନେ ଯଦି ଆଫଗାନ ଓ ଅନ୍ୟ ରାଷ୍ଟ୍ରର ନାଗରିକଙ୍କ ଦେଶାଟନ ପାଇଁ ସ୍ୱାଧୀନତା ଦିଅନ୍ତି, ଆଫଗାନ ନାଗରିକ ବିଶେଷକରି ମହିଳା, ଯୁବତୀ ଓ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା କରନ୍ତି ଏବଂ ନିଜ ଦେଶକୁ ଆତଙ୍କବାଦର ଏକ ଭିତ୍ତିଭୂମି ଭାବରେ ଗଢିତୋଳିବାକୁ ସୁଯୋଗ ନଦିଅନ୍ତି ତେବେ ସେମାନଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିପାରେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories