ୟୁଏସ ଓପନରେ ରୋଜର ଫେଡରରଙ୍କ ବିଜୟ; ଭାରତର ୨୨ବର୍ଷୀୟ ଖେଳାଳି ସୁମିତ ନାଗାଲଙ୍କ ଦମଦାର ପ୍ରଦର୍ଶନ
ନ୍ୟୁୟର୍କ: ଚଳିତ ବର୍ଷର ୟୁଏସ ଓପନ ଚତୁର୍ଥ ଗ୍ରାଣ୍ଡ ସ୍ଲାମ ଟାଇଟଲ ମଙ୍ଗଳବାର ନ୍ୟୁୟର୍କର ଆର୍ଥର ଷ୍ଟାଡିୟମରେ ଖେଳାଯାଇଛି । ଏଥିରେ ଭାରତୀୟ ଖେଳାଳୀ ସୁମିତ ନାଗଲ ଟେନିସ ଜଗତର ନାମୀଦାମୀ ଖେଳାଳି ରୋଜର ଫେଡରରଙ୍କ ସାମ୍ନା କରିଛନ୍ତି । ପୂର୍ବରୁ ଫେଡରରଙ୍କ ନାମରେ ୨୦ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ରହିଥିବା ବେଳେ ୨୧ତମ ଗ୍ରାଣ୍ଡ ସ୍ଲାମ ଟାଇଟେଲ ଜିତିବା ଲକ୍ଷ୍ୟରେ ଫେଡରର ଷ୍ଟାଡିୟମକୁ ଓହ୍ଲାଇଥିଲେ । ଭାରତର ୨୨ ବର୍ଷୀୟ ଖେଳାଳି ସୁମିତ ନାଗଲ ୟୁଏସ ଓପନରେ ପ୍ରଥମ ମ୍ୟାଚ ଖେଳିଥିଲେ । ଏହି ମୁକାବିଲାରେ ଭାରତୀୟ ଖେଳାଳି ସୁମିତ ଗାଗଲ ପ୍ରଥମ ସେଟରେ ୬-୪ରେ ଆଗୁଆ ରହିବା ସହ ସମସ୍ତ ଟେନିସ ଖେଳଳିଙ୍କୁ ଆଶ୍ଚର୍ଯ୍ୟ କରାଇଥିଲେ । ତାପରେ ୩ଟି ସେଟରେ ଫେଡରର ସୁମିତ ଉପରେ ଭାରି ପଡ଼ିଥିଲେ । ସୁମିତ କିନ୍ତୁ ଏହାର ଜୋରଦାର ମୁକାବିଲା କରିଥିଲେ । ଅନୁଭବୀ ଟେନିସ ଖେଳାଳୀଙ୍କ ସହ ଖେଳି ବହୁତ କିଛି ଶିଖଇବାକୁ ପାଇଛନ୍ତି ବୋଲି ସୁମିତ କହିଛନ୍ତି । ଏହା ସହ ସୁମିତ ପ୍ରଥମ ଭାରତୀୟ ଖେଳାଳିଭାବେ ୨୦ ଥର ଗ୍ରାଣ୍ଡ ସ୍ଲାମ ବିଜେତାଙ୍କୁ ପ୍ରଥମ ସେଟରେ ହରାଇବାର ରେକର୍ଡ କରିଛନ୍ତି ।
Comments are closed.