www.samajalive.in
Friday, December 5, 2025
26.1 C
Bhubaneswar

‘ପୃଥିବୀକୁ ୧୫୦ଥର ଧ୍ବଂସ କରିବାର ପରମାଣୁ ଅସ୍ତ୍ର ଆମେ ରଖିଛୁ’

ୱାଶିଂଟନ: ଆମେରିକା ପାଖରେ ଯଥେଷ୍ଟ ପରମାଣୁ ଅସ୍ତ୍ର ଅଛି। ଏପରି କି ପୃଥିବୀକୁ ୧୫୦ଥର ଧ୍ବଂସ କରିବା ଭଳି ପରମାଣୁ ଅସ୍ତ୍ର ଆମେରିକା ପାଖରେ ଅଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ପରମାଣୁ ଅସ୍ତ୍ର ମହଜୁଦ୍‌ରେ ଆମେରିକା ବିଶ୍ବରେ ପ୍ରଥମ ରାଷ୍ଟ୍ର ବୋଲି ସେ କହିଛନ୍ତି। ଆମେରିକା ପଛକୁ ପରମାଣୁ ଅସ୍ତ୍ର ଗଚ୍ଛିତ ରଖିଥିବା ରାଷ୍ଟ୍ର ହେଉଛନ୍ତି ରୁଷ୍ ଓ ଚୀନ। ଟ୍ରମ୍ପ କହିଛନ୍ତି ଯେ ରୁଷ୍ ଓ ଚୀନ ପରମାଣୁ ଅସ୍ତ୍ର ତିଆରି ଦିଗରେ ଆଉ ଅର୍ଥ ବ୍ୟୟ କରିବା ଉଚିତ୍ ନୁହେଁ। ସେମାନେ ଅନ୍ୟ ଦିଗରେ ନିଜର ଅର୍ଥକୁ ବ୍ୟୟ କରିବା ଦରକାର। ଆମେରିକାକୁ ଅତିକ୍ରମ କରି ପରମାଣୁ ଅସ୍ତ୍ରରେ ଅନ୍ୟ କେହି ରାଷ୍ଟ୍ର ପ୍ରଥମ ହେବାକୁ ଚେଷ୍ଟା କରିବା ଠିକ୍ ନୁହେଁ। ଟ୍ରମ୍ପ କହିଛନ୍ତି ଯେ ମୁଁ ଚାହେଁ ସମଗ୍ର ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେଉ। ଆଉ ପୃଥିବୀ ଅଣୁ ଅସ୍ତ୍ର ନିରସ୍ତ୍ରୀକରଣ କରିବା ତାଙ୍କର ଲକ୍ଷ୍ୟ। ଦୁଇ ଦିନ ପୂର୍ବେ ଟ୍ରମ୍ପ କହିଥିଲେ ଆମେରିକା ପୁଣି ଥରେ ଏହାର ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିବ। ଏପରି କି ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିବା ଲାଗି ସେ ପେଣ୍ଟାଗନକୁ ନିର୍ଦେଶ ଦେଇଛନ୍ତି ବୋଲି କହିଥିଲେ। ଟ୍ରମ୍ପ କହିଥିଲେ ଯେ ପାକିସ୍ତାନ, ଚୀନ, ରୁଷ୍ ଓ ଦ. କୋରିଆ ଭଳି ରାଷ୍ଟ୍ର ଏବେ ପରମାଣୁ ପରୀକ୍ଷା ଚଳାଇଛନ୍ତି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories