www.samajalive.in
Tuesday, December 9, 2025
15.1 C
Bhubaneswar

ନାହିଁ ନାହିଁରେ ଉର୍ମିଳା ଓ କାଞ୍ଚନ ; ସରକାରୀ ସହାୟତାରୁ ବଞ୍ଚିତ ମା, ଝିଅଙ୍କୁ

ଆଗଲପୁର : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର ଉର୍ମିଲା ସାହୁ ୮୪ ବର୍ଷ। ତାଙ୍କ ଅବିବାହିତା ଝିଅ କାଞ୍ଚନ ସାହୁ ୬୩ ବର୍ଷ। ଉଭୟେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପାଇ ପାରି ନାହାନ୍ତି। ସେମାନେ ବହୁ ଦୁଃଖ କଷ୍ଟରେ ରହିଛନ୍ତି। ଉର୍ମିଲା ସାହୁଙ୍କ ସ୍ୱାମୀ ସ୍ୱର୍ଗତ ସଦାନନ୍ଦ ସାହୁ ଦୀର୍ଘ ଦିନ ହେଲା ଆଖି ବୁଜିଲେଣି। ସେ ବହୁକଷ୍ଟରେ ତାଙ୍କର ପରିବାର ପୋଷଣ କରୁଥିଲେ। ପୁଆମାନଙ୍କୁ ବିବାହ କରାଇଥିଲେ। କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ଝିଅ କାଞ୍ଚନର ବିବାହ କରିପାରି ନଥିଲେ। ମା, ଝିଅ ଅନେକ କଷ୍ଟରେ ଚଳୁଥିଲେ ବି ଉଭୟଙ୍କୁ ଆବାସ ଯୋଜନାରେ ଘରଖଣ୍ଡିଏ କି ବିଧବା, ବାର୍ଦ୍ଧକ୍ୟ ଯୋଜନାରେ ଭତ୍ତା ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି।

ଉର୍ମିଳାଙ୍କ କହିବା ଅନୁସାରେ, ବାରମ୍ବାର ଭତ୍ତା ପାଇଁ ଆଗଲପୁର ବ୍ଲକରେ ଆବେଦନ କରିଥିଲେ। କିନ୍ତୁ ଭତ୍ତା ନପାଇବାରୁ ବିଭିନ୍ନ ସମୟରେ ବଲାଙ୍ଗିର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ପରେ ଜିଲାପାଳ ଏହାର ତଦନ୍ତ ପାଇଁ ଆଗଲପୁର ବିଡିଓଙ୍କୁ ଲେଖି ଦେଉଥିଲେ। କିନ୍ତୁ କେବେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିରାଶ ହୋଇ ପଡିରହିଛନ୍ତି। ପ୍ରଧାନମନ୍ତ୍ରୀ ଆବସ ଯୋଜନ ପାଇଁ ଆବେଦନ କଲେ ତାଙ୍କର ଏଇସିସି ତାଲିକାରେ ନାମ ନଥିବାରୁ ଆବାସ ଯୋଜନାରେ ଘର ମିଳିବ ନାହିଁ ବୋଲି ମନା କରିଦିଆଯାଇଥିଲା। କିନ୍ତୁ ଏହି ବ୍ଲକରେ ଉର୍ମିଳାଙ୍କଠାରୁ ଅଧିକ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ଆବାସ ଯୋଜନା ଗୃହ ଓ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ମିଳୁ ଥିବା ବେଳେ ଆଜି ପର୍ଯ୍ୟନ୍ତ  ଉର୍ମିଲା ସାହୁ ଓ କାଞ୍ଚନ ସାହୁଙ୍କୁ କାହିଁକି ସରକାରୀ ଯୋଜନାରେ କୌଣସି ସହାୟତା ମିଳି ପାରନାହିଁ ତାହା ସାଧାରଣରେ ପ୍ରଶ୍ନ। ବଲାଙ୍ଗିର ଜିଲାପାଲ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଯଥାଶୀଘ୍ର ସରକାରୀ ଯୋଜନାର ସହାୟତା ପ୍ରଦାନ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories