www.samajalive.in
Sunday, December 7, 2025
26.1 C
Bhubaneswar

ନିଜ ମାଲିକଙ୍କୁ ଆକ୍ରମଣ କରି ମୁହଁରୁ ମାଂସ କାଢି ନେଲା ପିଟ୍‌ବୁଲ୍‌..

ବରେଲୀ : ଉତ୍ତରପ୍ରଦେଶର ବରେଲୀ ଜିଲା ଖଲୀଲପୁର ଅଞ୍ଚଳରେ ଏକ ପିଟ୍‌ବୁଲ୍‌ କୁକୁର ନିଜ ମାଲିକଙ୍କର ୨୬ ବର୍ଷୀୟ ପୁଅଙ୍କ ମୁହଁରୁ ମାଂସ ଝାମ୍ପି ନେଇ ଲହୁଲୁହାଣ କରିଥିବା ଖବର ସାମ୍ନାକୁ ଆସିଛି । ଜଣେ ଅଧିକାରୀ କହିଛନ୍ତି, ପିଟ୍‌ବୁଲ୍‌ ଏଭଳି ଆକ୍ରମଣ କରିଛି ଯେ, ଯୁବକଙ୍କ ଓଠ ସହ ତ୍ୱଚାର ଅନ୍ୟ ଅଂଶର ମାଂସ ବାହାରି ଆସିଛି ।
ମିଳିଥିବା ସୂଚନାନୁଯାୟୀ, ଖଲୀଲପୁର ନିବାସୀ ଏକ କଲେଜର ଚ୍ୟାୟରମ୍ୟାନ୍‌ ଶଙ୍କରଲାଲଙ୍କ ଘରେ ପିଟ୍‌ବୁଲ୍‌ ଏକ ଧଳାରଙ୍ଗର କୁକୁର ଛଅ ମାସ ପୂର୍ବରୁ ହିଁ ଆସିଥିଲା । ତାଙ୍କ ପୁଅ ଆଦିତ୍ୟ କୁକୁରକୁ ବୁଲାଇବା ପାଇଁ ସୋମବାର ଅର୍ଥାତ୍‌ ନଭେମ୍ବର ୧୧ରେ ଘରୁ ବାହାରକୁ ନେଇ ଯାଇଥିଲା । ସେହି ସମୟରେ କୁକୁର ହଠାତ୍‌ ତାଙ୍କ ଉପରେ ଆକ୍ରମଣ କରିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କୁକୁରକୁ ଉଦ୍ଧାର କରାଯାଇ ଅନ୍ୟ ସ୍ଥାନରେ ରଖାଯାଇଛି । ମାତ୍ର ସ୍ଥାନୀୟ ଲୋକେ କହିଛନ୍ତି, ଆଦିତ୍ୟଙ୍କ ଚିତ୍କାର ଶୁଣିବା ପରେ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ ।
ପିଟ୍‌ବୁଲ୍‌ ନିଜର ହିଂସ୍ର ଗୁଣ ପାଇଁ ଜଣାଶୁଣା । ଏମାନେ ଅଧିକାଂଶ ସମୟରେ ନିଜ ମାଲିକଙ୍କ ଉପରେ ମଧ୍ୟ ଆକ୍ରମଣ କରି ଥାଆନ୍ତି ।

ଆଇଫୋନ୍‌ରେ ଏବେ ଯାଞ୍ଚ କରି ହେବ କର୍କଟ..

ଜାଣନ୍ତି କି ସୁପରଷ୍ଟାର ଶାହାରୁଖ୍‌ ପିନ୍ଧିଥିବା ଏହି ଘଣ୍ଟାର ଦାମ୍‌ କେତେ..

- Advertisement -

୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ୩ ରାଶିଙ୍କ ଭାଗ୍ୟ ସୁନାଭଳି ଚମକିବ, ମିଳିବ ଲକ୍ଷ୍ମୀ-ନାରାୟଣଙ୍କ କୃପା..

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories