www.samajalive.in
Saturday, December 13, 2025
21.1 C
Bhubaneswar

ଉତ୍ତରପ୍ରଦେଶରେ ୬୮,୫୦୦ ସହାୟକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ହେବ ସିବିଆଇ ତଦନ୍ତ

ଲକ୍ଷ୍ନୌ : ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଉତ୍ତରପ୍ରଦେଶରେ ୬୮,୫୦୦ ସହାୟକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ୬ ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କୋର୍ଟ ଅନ୍ୟ ଏକ ଆବେଦନ କ୍ରମେ ଖାଲି ପଡ଼ିଥିବା ୧୨୪୬୦ ସହାୟକ ଶିକ୍ଷକ ପଦରେ ନିଯୁକ୍ତିକୁ ଖାରଜ କରିଦେଇଛନ୍ତି।
ଉଲ୍ଲେଖ ଯେ ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ୬୮,୫୦୦ ସହାୟକ ଶିକ୍ଷକ ନିଯୁକ୍ତି ପାଇଁ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ଖାତାର ପୁନଃ ମୂଲ୍ୟାୟନ ପାଇଁ ସୁଯୋଗ ଦେଇଥିଲେ।
୬୮,୫୦୦ ସହାୟକ ଶିକ୍ଷକ ନିଯୁକ୍ତି ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରେ ହୋଇଥିବା ଲିଖିତ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଡ. ପ୍ରଭାତ କୁମାର ପରୀକ୍ଷା ନିୟାମକ ପ୍ରାଧିକରଣର ରେଜିଷ୍ଟ୍ରାର ଜିବନେନ୍ଦ୍ର ସିଂହ ଏବଂ ରେଜିଷ୍ଟ୍ରାର ପ୍ରେମ ଚନ୍ଦ୍ର କୁଶୱାହାଙ୍କୁ ନିଲମ୍ବନ କରିଥିଲେ। ରାଜ୍ୟ ଶିକ୍ଷକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦର ୭ ଜଣ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା।
ସୂଚନା ଅନୁସାରେ ତଦନ୍ତକାରୀ ଦଳ ତନାଘନାରୁ ଜାଣିବାକୁ ପାଇଥିଲେ ଯେ ୩୪୩ଟି ଖାତା ମୂଲ୍ୟାୟନରେ ଅନିୟମିତତା କରାଯାଇଛି। ଏହି କ୍ରମରେ ସହାୟକ ଶିକ୍ଷକ ନିଯୁକ୍ତି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୫୧ ଜଣଙ୍କୁ ଅକୃତକାର୍ଯ୍ୟ (ଫେଲ୍‍) କରିଦିଆଯାଇଥିଲା। ଚିନି ଉଦ୍ୟୋଗ ଏବଂ ଆଖୁ ବିକାଶ ବିଭାଗ ପ୍ରମୁଖ ସଚିବ ସଂଜୟ ଭୁଷରେଡ୍ଡୀ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟିର ତଦନ୍ତ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଖାତା ମୂଲ୍ୟାୟରେ ଅବହେଳା କରାଯାଇଥିବା ଜାଣିବାକୁ ମିଳିଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories