ରାସରସିକପୁର ସ୍କୁଲରେ ପ୍ରାଚୀର ପତ୍ରିକା ‘ସତ୍କୃତି’ ଉନ୍ମୋଚିତ

ଆଠଗଡ : ଆଠଗଡ ସହରର ରାସରସିକପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗଣେଶ ପୂଜା ଅବସରରେ ପ୍ରାଚୀର ପତ୍ରିକା ‘ସତ୍କୃତି’ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି, ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ମୁଖ୍ୟଅତିଥି ଓ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରାଚୀର ପତ୍ରିକାଟିକୁ ଉନ୍ମୋଚନ କରିଥିଲେ । ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଶ୍ରୀ ଦାଶ ବିଦ୍ୟା ଅଟଇ ମହାଧନ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଦାଶ ଏବଂ ଅଧ୍ୟକ୍ଷା ଶ୍ରୀମତୀ ରାଉତ କୋମଳମତି ଛାତ୍ରଛାତ୍ରୀଙ୍କ ଦ୍ୱାରା ଏପରି ଏକ ପ୍ରାଚୀର ପତ୍ରିକା ପ୍ରକାଶନ କରିବା ଦ୍ୱାରା ସେମାନଙ୍କର ଓଡିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ଏବଂ ଆକର୍ଷଣ ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ ଉପରେ ଶିକ୍ଷକମାନେ ଧ୍ୟାନ ଦେବାକୁ ସେମାନେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବଶଙ୍କର ଜେନା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ସତ୍ୟପଥରେ ଆଗେଇଲେ ସଫଳତାର ଶୀର୍ଷକୁ ଉଠିପାରିବେ ବୋଲି ମତପ୍ରକାଶକ କରିଥିଲେ । ସହକାରୀ ଶିକ୍ଷକ ଶଶଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସଂଯୁକ୍ତା ପାଲ୍‍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ।

kalyan agarbati

Comments are closed.