www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କ ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌ ଜାରି: ହଟିଲା ସପ୍ତାହନ୍ତ ସଟ୍‌ଡାଉନ୍, ଉଠିଲା ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଦର୍ଶାଇଛନ୍ତି ଯେ କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ ଏବଂ ସ୍ଥାନୀୟ ଅଧିକାରୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଜିଲା ଓ ସବ୍‌ଡିଭିଜନ୍‌ରେ ଲାଗୁ ହେବ ନାହିଁ ଲକ୍‌ଡାଉନ୍‌।

ଶନିବାର କେନ୍ଦ୍ର ସରକାର ଅନ୍‌ଲକ୍‌-୪ ନୂଆ ଗାଇଡଲାଇନ ଦେବା ପରେ ଆଜି ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସ ପାଇଁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନଲକ ୪.୦ରେ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି। ରାତ୍ରୀକାଳୀନ କର୍ଫ୍ୟୁ ନେଇ ନୂଆ ଗାଇଡଲାଇନରେ କିଛି ଉଲ୍ଲେଖ କରାଯାଇନାହିଁ। ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ବି ଅଗଷ୍ଟରେ ଓଡିଶା ସରକାର ଏହାକୁ ବଳବତ୍ତର ରଖିଥିଲେ । ତେବେ ସେପ୍ଟେମ୍ବର ମାସରେ ପାଇଁ ରାଜ୍ୟରେ କର୍ଫ୍ୟୁ ହଟାଇ ଦିଆଯାଇଛି। ସେହପରି ସପ୍ତାହନ୍ତ ଶନିବାର ଓ ରବିବାର ସଟଡାଉନକୁ ମଧ୍ୟ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ତେବେ ନୂଆ ଗାଇଡଲାଇନରେ ସଟଡାଉନ ରହିବା କଥା ମଧ୍ୟ ଉଲ୍ଲେଖ କରି ନାହାନ୍ତି। ତେଣୁ ଏଣୁ ସପ୍ତାହାନ୍ତ ସଟଡାଉନ ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଫଳରେ ୪ ଜିଲ୍ଲା ସମେତ ଗୋଟିଏ ପୌରାଞ୍ଚଳରେ ଆଉ ସପ୍ତାହାନ୍ତ ସଟଡାଉନ ହେବ ନାହିଁ।

- Advertisement -

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲକଲେଜ ବନ୍ଦ ରହିଥିଲେ ମଧ୍ୟ ପରୀକ୍ଷା ଓ ଖାତାଦେଖା ଚାଲିବ। ସେହପରି ସାଂସ୍କୃତିକ, ରାଜନେତିକ, ଧାର୍ମିକ, କ୍ରୀଡ଼ା ଆୟୋଜନ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ରେ ନିର୍ଦେଶ ଦେଇଛନ୍ତି। ପରବର୍ତ୍ତିକାଳରେ ସ୍ଥିତିର ଆକଳନ କରି ଏଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂଜାଛୁଟି ପର୍ଯ୍ୟନ୍ତ ପୂର୍ବରୁ ବନ୍ଦ କରାଯାଇଛି।

ଅନ୍ୟପକ୍ଷରେ ୨୧ ସେପ୍ଟେମ୍ବରରୁ ରାଜ୍ୟରେ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଞ୍ଜନ କମ୍ପେକ୍ସ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ଗୃହମନ୍ତ୍ରାଳୟ ଅନୁମୋଦିତ ବିମାନସେବା ବ୍ୟତିତ ଅନ୍ୟ ବିମାନସେବା ପାଇଁ ଅନୁମତି ଦିଆଯାଇନାହିଁ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories